ETV Bharat / sitara

ଗୀତ ଜରିଆରେ ମା' ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଗ ବି - punit sharma

ମାତୃ ଦିବସରେ ମା'ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଗ ବି ଅମିତାଭ ବଚ୍ଚନ । ବିଗ ବି ଏହି ଦିନକୁ ପାଳନ କରିଛନ୍ତି ମା' ଗୀତ ଜରିଆରେ । ଗୀତକୁ ଗାଇଛନ୍ତି ନିଜେ ବିଗ ବି ଓ ମାଷ୍ଟର ୟାଜତ ଗାର୍ଗ ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : May 11, 2019, 9:46 PM IST

ହାଇଦ୍ରାବାଦ: ମା' ପାଇଁ ଦିନଟିଏ । ମେ 11 ତାରିଖକୁ ମାତୃ ଦିବସ ରୂପେ ପାଳନ କରାଯାଏ । ଅନେକ ଏହାକୁ ପର୍ବ ଭଳି ପାଳନ କରିଥାଆନ୍ତି । ତେବେ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଏହି ଦିନକୁ ପାଳନ କରିଛନ୍ତି ଏକ ଗୀତ ମାଧ୍ୟମରେ । ଗୀତର ନାଁ ରହିଛି ମା' । ଗୀତକୁ ଗାଇଛନ୍ତି ନିଜେ ବିଗ ବି ଓ ମାଷ୍ଟର ୟାଜତ ଗାର୍ଗ ।

ତେବେ ଗତକାଲି ଅର୍ଥାତ ମାତୃ ଦିବସର ଦିନକ ପୂର୍ବରୁ ନିଜ ଟ୍ବିଟର ହାଣ୍ଡେଲରେ ଗୀତକୁ ସେୟାର କରିଛନ୍ତି ବିଗ ବି । ଭିଡିଓର ଆରମ୍ଭରୁ ଶେଷ ଯାଏଁ ଅନ୍ୟକୁ ଅନୁପ୍ରାଣିତ କରିଥିବା ମା' ମାନଙ୍କର ଫଟୋ ସହ ସେମାନଙ୍କ ଜନ୍ମ ଓ ମୃତ୍ୟୁ ତାରିଖ ଦେଖିବାକୁ ମିଳିଛି । ଭିଡିଓର ଶେଷ ଭାଗରେ ଅମିତାଭଙ୍କ ମା' ତେଜି ବଚ୍ଚନଙ୍କ ଫଟୋ ଦେଖିବାକୁ ମିଳିଛି । ଫଟୋରେ ତେଜିଙ୍କ ସହ ଯୁବକ ଅମିତାଭଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଗୀତକୁ ଲେଖିଛନ୍ତି ପୁନିତ ଶର୍ମା ଓ କମ୍ପୋଜ କରିଛନ୍ତି ଅନୁଜ ଗାର୍ଗ । ତେବେ ଅମିତାଭ ଏବେ ନିଜର ଆଗାମୀ ଫିଲ୍ମ 'ଚେହେରେ' ସୁଟିଂ ଆରମ୍ଭ କରିବେ । ଏଥିରେ ଅମିତାଭଙ୍କ ସହ ଇମରାନ ହାସମିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.