ମୁମ୍ବାଇ: ବି-ଟାଉନ ମହାନାୟକ ଅମିତାଭ ବଚ୍ଚନ ଏବର୍ଷ ମଧ୍ୟ ସେହିପରି କାମ କରୁଛନ୍ତି, ଯାହା ପାଇଁ ସେ ସବୁବେଳେ ଫେମସ । କିଛି ଦିନ ପୂର୍ବରୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏହି କଥାର ସୂଚନା ଦେଇଥିଲେ କି ଅମିତାଭ ଓ ଆୟୁଷ୍ମାନ ଖୁରାନା ପ୍ରଥମଥର ଏକାଠି ଏକ ଫିଲ୍ମରେ ନଜର ଆସିବେ ।
ପ୍ରକାଶ ଥାଉକି, ଏହି ଫିଲ୍ମର ଟାଇଟଲ ହେଲା 'ଗୁଲାବୋ-ସିତାବୋ' । ଫିଲ୍ମର ସୁଟିଂ ପାଇଁ ବିଗ-ବି ଲକ୍ଷ୍ନୌରେ ପହଞ୍ଚିସାରିଲେଣି । ଆଜି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ । ସୁଟିଂ ସେଟରୁ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଏହାସହ ଅମିତାଭ ନିଜେ ମଧ୍ୟ ସୋସିଆଲ ମିଡିଆରେ ଫିଲ୍ମର ସୁଟିଂର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ଟ୍ବିଟରେ ଏକ ପୋଷ୍ଟ କରି ଅମିତାଭ ଲେଖିଛନ୍ତି, "ଗୋଟିଏ ଶେଷ ତ ଆଉ ଗୋଟିଏ ଆରମ୍ଭ । ସ୍ଥାନ ପରିବର୍ତ୍ତନ, ଲୁକ ପରିବର୍ତ୍ତନ, କ୍ରୁରେ ପରିବର୍ତ୍ତନ, ସହକର୍ମୀରେ ପରିବର୍ତ୍ତନ, ସହରରେ ପରିବର୍ତ୍ତନ ଏବଂ କାହାଣୀରେ ମଧ୍ୟ ପରିବର୍ତ୍ତନ । ଆଜିଠାରୁ ଲକ୍ଷ୍ନୌରେ ଗୁଲାବୋ-ସିତାବୋର ସୁଟିଂ, ଆଉ ଲୁକ ? ମୁଁ ଆଉ କଣ କହିବି ଏହା ବିଷୟରେ ।"