ମୁମ୍ବାଇ: ବଲିଉଡରେ ଅନେକ ସୁପରଷ୍ଟାର । ସଙ୍ଘର୍ଷ କରି ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ତେବେ ଏମାନଙ୍କ ମଧ୍ୟରେ ଏମିତି କିଛି ଷ୍ଟାର ଏମିତି ଅଛନ୍ତି ଯେଉଁମାନେ ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ଅନ୍ୟ କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନ ଏବଂ ସୋନାକ୍ଷୀ ସିହ୍ନା ପର୍ଯ୍ୟନ୍ତ । ଏ ସମସ୍ତ ଷ୍ଟାର୍ସ ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ଅନ୍ୟାନ୍ୟ କାର୍ଯ୍ୟ କରୁଥିଲେ ।
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍
ଜ୍ୟାକଲିନ୍ ଆଲାଦ୍ଦିନ ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ମାସ କମ୍ୟୁନିକେସନ୍ କୋର୍ସ କରିବା ସହ ଟେଲିଭିଜନରେ ସାମ୍ବାଦିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜ୍ୟାକଲିନ୍ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମଧ୍ୟ ରହି ସାରିଛନ୍ତି । ତେବେ ଭାରତ ଆସିବା ପରେ ସେ ବଲିଉଡ ମୁହାଁ ହୋଇଥିଲେ ।
ସୋନାକ୍ଷୀ ସିହ୍ନା
ସୋନାକ୍ଷୀ ସିହ୍ନାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସଲମାନ ଖାନ୍ ଆଣିଥିଲେ । ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଫ୍ୟାଟ୍ ଟୁ ଫିଟ୍ ପାଇଁ ସଲମାନ ସୋନାକ୍ଷୀଙ୍କୁ ଟ୍ରେନିଂ ମଧ୍ୟ ଦେଇଥିଲେ । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ସୋନାକ୍ଷୀ ପୂର୍ବରୁ କଷ୍ଟ୍ୟୁମ ଡିଜାଇନର ଭାବେ କାର୍ଯ୍ୟରତ ଥିଲେ ।
ଅକ୍ଷୟ କୁମାର
ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବିଷୟରେ ସମସ୍ତେ ଜାଣନ୍ତି । ସେ ଫିଲ୍ମକୁ ଆସିବା ପୂର୍ବରୁ ସେଫ୍ ଭାବରେ କାମ କରୁଥିଲେ । ଭାରତ ଆସିବା ପରେ ସେ ମାର୍ଶଲ ଆର୍ଟରେ ମଧ୍ୟ ଟ୍ରେନିଂ ଆରମ୍ଭ କରିଥିଲେ । ପରେ ଫିଲ୍ମରେ ଅଭିନୟ କରିବା ସହ ସେ ହୋଇଥିଲେ ବଲିଉଡର ସୁପରଷ୍ଟାର ।
ଅମିତାଭ ବଚ୍ଚନ
ଶତାବ୍ଦୀର ମହାନାୟକ ଅମିତାଭ୍ ବଚ୍ଚନ । ଅନେକ ନିର୍ଦ୍ଦେଶକଙ୍କୁ ମନା କରିବା ପରେ ଶେଷରେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ଅମିତାଭ୍ । ତେବେ ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ଏକ ସିପିଂ ଫାର୍ମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ ।
ବୋମାନ ଇରାନୀ
ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ ଜରିଆରେ ବଲିଉଡରେ ଇନିଂସ ଆରମ୍ଭ କରିଥିବା ଆକ୍ଟର ବୋମନ୍ ଇରାନୀ ଅଭିନୟ ପୂର୍ବରୁ ତାଜମହଲ ହୋଟେଲ ପ୍ୟାଲେସରେ ୱେଟର ଏବଂ ରୁମ ସର୍ଭିସ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ।