ETV Bharat / sitara

ଫିଲ୍ମ ‘ଡନ’କୁ 42ବର୍ଷ, ପୁରୁଣା ସ୍ମୃତି ମନେପକାଉଛନ୍ତି ବିଗ-ବି - Amitabh Bachchan shares picture of receiving Filmfare award

ଡନକୁ ମଙ୍ଗଳବାର 42 ବର୍ଷ ପୁରିଛି । ଏହି ଅବସରରେ ସେ ଏହାର ସ୍ମୃତି ମନେ ପକାଇଛନ୍ତି ବିଗ ବି। ଅଧିକ ପଢନ୍ତୁ...

ଡନ@42: ବିଗ ବିଙ୍କ ପୁରୁଣା ଫଟୋ ସେୟାର
ଡନ@42: ବିଗ ବିଙ୍କ ପୁରୁଣା ଫଟୋ ସେୟାର
author img

By

Published : May 12, 2020, 1:46 PM IST

ମୁମ୍ବାଇ: ବିଗ ବିଙ୍କ କ୍ୟାରିୟରର ଅନ୍ୟତମ ବ୍ଲକବଷ୍ଟର ଫିଲ୍ମ ଡନକୁ ମଙ୍ଗଳବାର 42 ବର୍ଷ ପୁରିଛି । ଏହି ଅବସରରେ ସେ ଏହାର ସ୍ମୃତି ମନେ ପକାଇଛନ୍ତି । ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଫିଲ୍ମଫେୟାର ଆୱାର୍ଡ ରିସିଭ କରୁଥିବାର ଫଟୋ ।

amitabh-bachchan-shares-picture-of-receiving-filmfare-award
ଡନ@42: ବିଗ ବିଙ୍କ ପୁରୁଣା ଫଟୋ ସେୟାର

ଫିଲ୍ମ ପାଇଁ 77 ବର୍ଷିୟ ମେଗାଷ୍ଟାର ସେତେବେଳେ ବେଷ୍ଟ ଆକ୍ଟର ଫିଲ୍ମଫେୟାର ଆୱାର୍ଡ ପାଇଥିଲେ । ସେ ତାଙ୍କ ସହ ଆୱାର୍ଡ ଜିତିଥିବା ନୂତନଙ୍କର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି ଯେ, ଏହି ଆୱାର୍ଡକୁ ସେ ଫିଲ୍ମର ପ୍ରଯୋଜକ ନରିମାନ ଇରାନୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏକ ଆକ୍ସିଡେଣ୍ଟରେ ତାଙ୍କର ମୃତ୍ୟୁ ହୋଇଥିବାରୁ ନରିମାନଙ୍କ ପତ୍ନୀଙ୍କୁ ଷ୍ଟେଜ ଉପରକୁ ଡାକି ସେ ପୁରସ୍କାର ତାଙ୍କୁ ଦେଇଥିଲେ ବୋଲି ଅମିତାଭ ଲେଖିଛନ୍ତି ।

ଅମିତାଭଙ୍କ କ୍ୟାରିୟରର ଗ୍ୟାଙ୍ଗଷ୍ଟାର ଡନ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଏହାର ଡାଏଲଗ୍, ଗୀତ ଏବେ ଯାଏଁ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି । ଅନେକ ବର୍ଷ ପରେ ଏହାର ରିମେକ ନିର୍ମାଣ ହୋଇଥିଲା । ଏଥିରେ ଶାହାରୁଖ ଖାନ ଲିଡ୍ ରୋଲରେ ଅଭିନୟ କରିଥିଲେ । ଏହା ମଧ୍ୟ ହିଟ୍ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.