ETV Bharat / sitara

ମାସ୍କର ହିନ୍ଦୀ ଅନୁବାଦ କଲେ ଅମିତାଭ, ଆଶ୍ଚର୍ଯ୍ୟ ଫ୍ୟାନ୍ସ

author img

By

Published : Jun 24, 2020, 1:43 PM IST

ପୁଣି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅମିତାଭ ବଚ୍ଚନ । ଏଥର ସେ ଇଂରାଜୀ ଶବ୍ଦକୁ ହିନ୍ଦୀ ଅନୁବାଦ କରି ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: କୋରୋନା କାଳରେ ମାସ୍କ ପିନ୍ଧିବା କେତେ ଆବଶ୍ୟକ ତାହା ତ ସମସ୍ତଙ୍କୁ ଜଣା । ହେଲେ କଣ ଆପଣ ଜାଣିଛନ୍ତି ମାସ୍କକୁ ହିନ୍ଦୀରେ କଣ କୁହାଯାଏ । ଯଦି ଜାଣିନାହାଁନ୍ତି ତେବେ ବିଗ ବି ଅମିତାଭ ବଚ୍ଚନଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜାଣିପାରିବେ । ଆଜ୍ଞା ହଁ, ସବୁଥର ପରି ଏଥର ମଧ୍ୟ ଅମିତାଭ ମାସ୍କର ହିନ୍ଦୀ ଅନୁବାଦ କରିଛନ୍ତି । ଏହାସହ ସେ ନିଜର ଏକ ଫଟୋ ସହ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ପୋଷ୍ଟରେ ଅମିତାଭ ‘ଗୁଲାବୋ-ସିତାବୋ’ର ମାସ୍କ ପିନ୍ଧିଥିବାର ଦେଖାଯାଉଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମିଳି ଗଲା ମିଳି ଗଲା, ବହୁତ ପରିଶ୍ରମ ପରେ ମାସ୍କର ହିନ୍ଦୀ ଅନୁବାଦ ମିଳିଛି । ମାସ୍କକୁ ହିନ୍ଦୀରେ କୁହନ୍ତି ନାସିକାମୁଖସଂରକ୍ଷକ କିଟାପୁରୋଧକ ବାୟୁଛାନକ ବସ୍ତ୍ରଜଡୋରିୟୁକ୍ତପଟ୍ଟିକା ।’

ହେଲେ ସବୁଠାରୁ ମଜାଦାର କଥା ହେଲା ଯେ ଏହାକୁ ପଢି କିଛି ଫ୍ୟାନ୍ସ ଆଶ୍ଚର୍ଯ୍ୟ । ଆଉ କମେଣ୍ଟ କରି ଲେଖିବାରେ ଲାଗିଛନ୍ତି ଏତେ ଭୟାନକ ନାମ କେମିତି ମନେ ରହିବ । ସେହିପରି ଜଣେ ୟୁଜର ଲେଖିଛନ୍ତି, ‘ସାର କଣ ଏହା କେବିସିର ଆଗାମୀ ପ୍ରଶ୍ନ ହେବ । ଭଗବାନ ମୁଁ ତ ଏହାକୁ ଠିକ୍‌ରେ ପଢିବି ପାରୁନାହିଁ । ’

ପ୍ରକାଶ ଥାଉକି ନିକଟରେ ଅମିତାଭ ଓ ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.