ETV Bharat / sitara

ଭୀରୁଙ୍କୁ ହରାଇବା ଦୁଃଖ ବ୍ଲଗରେ ପ୍ରକାଶ କଲେ ବିଗ-ବି

ଆକ୍ସନ ମାଷ୍ଟର ଭୀରୁଙ୍କ ମୃତ୍ୟୁ ଖବର ଯେତେବେଳେ ଅମିତାଭଙ୍କୁ ମିଳିଲା ସେ ସେହି ସମୟରେ ନିଜର ଆଗାମୀ ଫିଲ୍ମ 'ଚେହରେ'ର ସୁଟିଂରେ ବ୍ୟସ୍ତ ଥିଲେ । ଏହି ଦୁଃଖଦ ଖବର ଶୁଣିବା ମାତ୍ରେ ସୁଟିଂ ବନ୍ଦ କରି ପୁରା ଟିମ ସହ କିଛି ସମୟର ମୌନ ବ୍ରତ ପାଳନ କରିଥିଲେ । ଏବେ ବ୍ଲଗରେ ସେୟାର କରିଛନ୍ତି ନିଜ ଦୁଃଖ ।

ଡିଜାଇନ ଫଟୋ
author img

By

Published : May 30, 2019, 9:33 PM IST

ମୁମ୍ବାଇ: ନିକଟରେ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ପିତା ଭୀରୁ ଦେବଗନଙ୍କ ମୃତ୍ୟୁ ଘଟିଛି । ଯାହାପରେ ଅଜୟଙ୍କ ନିକଟୀୟ ଏବଂ ବଲିଉଡ ବନ୍ଧୁ ତାଙ୍କ ଘରେ ପହଞ୍ଚି ସାନ୍ତ୍ବନା ଦେବାରେ ଲାଗିଛନ୍ତି । ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ବି-ଟାଉନ ବିଗ-ବି ଅମିତାଭ ବଚ୍ଚନ ଏବେ ଭୀରୁଙ୍କୁ ନେଇ ନିଜ ଦୁଃଖ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେ ନିଜ ବ୍ଲଗରେ ଭୀରୁଙ୍କ ସହ ସମ୍ପୃକ୍ତ ଥିବା ଏକ ଭାବୁକ ଚିଠି ସେୟାର କରିଛନ୍ତି ।

ସେ ବ୍ଲଗରେ ଏକ ଇମୋଶନାଲ ନୋଟ ଲେଖି ଜାହିର କରିଛନ୍ତି କି ଭୀରୁଙ୍କ ଯିବା ପରେ ତାଙ୍କୁ କେତେ ଦୁଃଖ ହୋଇଛି । ସେ ଲେଖିଛନ୍ତି ଯେ ଜୈସଲମେରରୁ ଦୁଇଘଣ୍ଟା ଦୂରରେ ରାଜସ୍ଥାନର ମରୁଭୂମିରେ ଅବସ୍ଥିତ ଏକ ଛୋଟ ଗାଁରେ ଭୀରୁଙ୍କୁ ପ୍ରଥମଥର ଦେଖିଥିଲେ । ଫିଲ୍ମ 'ରେଶମା ଔର ଶେରା' ସୁଟିଂ ପାଇଁ ସେ କିଛି ବନ୍ଧୁକଙ୍କ ସହ ସେଠାରେ ପହଞ୍ଚିଥିଲେ ।

ସେହି ସମୟରେ ବିଶିଷ୍ଟ ଆକ୍ସନ ମାଷ୍ଟର ଖାନ୍ନା ସାହେବ(ଭୀରୁ ଦେବଗନ) ଏକ ଡମି ସହ ଆକ୍ସନ ସିନର ରିହର୍ସଲ କରୁଥିଲେ । ସିନରେ ଗାଁର ଜଣେ ନେଗେଟିଭ ଭୂମିକା ଏବଂ ସୁନୀଲ ଦତ୍ତଙ୍କ ଫାଇଟିଂ ହେବାର ଥିଲା । ଆଜି ବି ସେହି କଥା ସ୍ମରଣ ଅଛି । କିପରି ମରୁଭୂମିରେ ସୁଟିଂ ସମୟରେ ଖାନ୍ନା ସାହେବ ଯନ୍ତ୍ରଣାରେ ଥିଲେ । ତଥାପି ସେ ପୁରା ପରଫେକ୍ସନ ସହ ଫିଲ୍ମର ସିନ ସୁଟ କରୁଥିଲେ । ଆଉ ଏବେ ତାଙ୍କୁ ଆମେ ହରାଇ ଦେଇଛୁ ।

ଏହାସହ ସେ ଆହୁରି ଲେଖିଛନ୍ତି କି ଭୀରୁ ଜଣେ ଶାନଦାର ଆକ୍ସନ ନିର୍ଦ୍ଦେଶକ ଥିଲେ । ସେ ଆକ୍ସନରେ ନୂଆ ଇନୋଭେଶନ କରିଥିଲେ ତାହାକୁ ପରଫେକ୍ସନ ସହ ପୂରଣ କରିଥିଲେ । ଖାଲି ଏତିକି ନୁହେଁ ସେ ଷ୍ଟଣ୍ଟମ୍ୟାନଙ୍କ ପାଇଁ ବଲିଉଡରେ ଚାକିରୀର ବ୍ୟବସ୍ଥା ଖୋଲିଯାଇଛନ୍ତି । ଅନେକ ଷ୍ଟଣ୍ଟମ୍ୟାନ ଅଛନ୍ତି ଯିଏ ଆଜି ଇଣ୍ଟିପେଣ୍ଡେଣ୍ଟ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ହୋଇସାରିଲେଣି ।

ପ୍ରକାଶ ଥାଉକି ଗତ ସୋମବାର ମୁମ୍ବାଇରେ ଅନ୍ତିମ ନିଶ୍ବାସ ନେଇଥିଲେ ଭୀରୁ । ଦୀର୍ଘସମୟରୁ ଅସୁସ୍ଥ ଥିବା କାରଣରୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.