ETV Bharat / sitara

ଗୁଲାବୋ-ସିତାବୋଙ୍କ ନୋକଝୋକ, ଦେଖନ୍ତୁ ଟ୍ରେଲର - ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବହୁପ୍ରତିକ୍ଷିତ ଫିଲ୍ମ ‘ଗୁଲାବୋ-ସିତାବୋ’

ଜୁନ 12ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବହୁପ୍ରତିକ୍ଷିତ ଫିଲ୍ମ ‘ଗୁଲାବୋ-ସିତାବୋ’। ଏବେ ସାମ୍ନାକୁ ଆସିଯାଇଛି ଏହାର ଦମଦାର ଟ୍ରେଲର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : May 22, 2020, 5:35 PM IST

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ ସିତାବୋ’। ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ଦର୍ଶକ। ଲକଡାଉନ ପାଇଁ ମେକର୍ସ ଆମାଜନ ପ୍ରାଇମ ଭିଡିଓରେ ଜୁନ 12ରେ ରିଲିଜ କରିବେ ଫିଲ୍ମ। ଯାହାକୁ ନେଇ ନିକଟରେ ଅନେକ ସିନେମାଘର ମାଲିକ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଏବେ ଦର୍ଶକଙ୍କୁ ହସାଇଛି ଫିଲ୍ମର ଜବରଦସ୍ତ ଟ୍ରେଲର। ଆଜ୍ଞା ହଁ, ଶୁକ୍ରବାର ରିଲିଜ ହୋଇଛି ଫିଲ୍ମର ମଜାଦାର ଟ୍ରେଲର।

ଫିଲ୍ମର କାହାଣୀ ଲକ୍ଷ୍ନୌର ଜଣେ ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ନୋକ-ଝୋକ ସମ୍ଫର୍କ ଉପରେ ଆଧାରିତ। ଘର ମାଲିକ ଅମିତାଭ ହୋଇଥିବା ବେଳେ ତାଙ୍କ ଘରେ ଭଡା ରହୁଥିବେ ଆୟୁଷ୍ମାନ ଖୁରାନା।

ସବୁଠାରୁ ମଜାଦାର ହେଲା ଫିଲ୍ମରେ ଅମିତାଭଙ୍କ ନୂଆ ଲୁକ। ସେପଟେ ଆୟୁଷ୍ମାନ ଜଣେ ସାଧାରଣ ପୁଅ ଭୂମିକାରେ ଅଭିନୟ କରୁଛନ୍ତି । ଯାହା ଟ୍ରେଲରରେ ଦେଖିବାକୁ ମିଳୁଛି।

ପ୍ରକାଶ ଥାଉକି ଅମିତାଭ, ଆୟୁଷ୍ମାନ ଓ ଫିଲ୍ମ ନିର୍ଦ୍ଦେଶକ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଟ୍ରେଲର ରିଲିଜ ହେବା ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ । ଆପଣ ମଧ୍ୟ ଦେଖନ୍ତୁ ଏହି ମଜାଦାର ଟ୍ରେଲର...

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.