ETV Bharat / sitara

ବରୁଣ-ନତାଶାଙ୍କ ବିବାହରେ ବଚ୍ଚନ ପରିବାରକୁ ମିଳିନି ନିମନ୍ତ୍ରଣ !

author img

By

Published : Jan 23, 2021, 4:34 PM IST

ଆଜି ବରୁଣ ଏବଂ ନତାଶା ଦଲାଲ ଦୁହିଁଙ୍କ ସଂଗୀତ ସମାରୋହ ଅଛି । ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ । ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର 40 ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି । ଏପରିକି ଅମିତାଭ ବଚ୍ଚନ ଏବଂ ଗୋବିନ୍ଦାଙ୍କ ପରିବାରକୁ ବିବାହରେ ନିମନ୍ତ୍ରଣ କରାଯାଇ ନାହିଁ । ଅଧିକ ପଢନ୍ତୁ...

amitabh-bachchan and-govinda-are-not-invited-in-varun-natasha-marriage-ceremony
ବରୁଣ-ନତାଶାଙ୍କ ବିବାହରେ ବଚ୍ଚନ ପରିବାରକୁ ମିଳିନି ନିମନ୍ତ୍ରଣ !

ମୁମ୍ବାଇ : ଚଳିତ ବର୍ଷ ଅନେକ ବଲିଉଡ୍ ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଶୁଣିବାକୁ ମିଳୁଛି । ଆଜିକାଲି ବି-ଟାଉନର ଅଭିନେତା ବରୁଣ ଧୱନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଆଜି ଦୁହିଁଙ୍କ ସଂଗୀତ ସମାରୋହ ଅଛି । ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ।

ଶୁକ୍ରବାର ଦିନ ଉଭୟଙ୍କ ପରିବାର ଆଲିବାଗ ଅଭିମୁଖେ ଯାତ୍ରା କରିଥିଲେ ।

କିନ୍ତୁ ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ଲାଗୁଛି ଯେ, କୋରୋନା ମହାମାରୀ ଯୋଗୁଁ ବରୁଣଙ୍କ ପିତା ଡେଭିଡ ଧୱନ ବିବାହରେ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରିନାହାନ୍ତି । ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର 40 ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି । ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ଘନିଷ୍ଠ ବନ୍ଧୁ ଏବଂ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାମ ସାମିଲ ଅଛି ।

ଏହି ଅତିଥି ତାଲିକାରେ ବଲିଉଡର ଅନେକ ବଡ ବଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏପରିକି ଅମିତାଭ ବଚ୍ଚନ ଏବଂ ଗୋବିନ୍ଦାଙ୍କ ପରିବାରକୁ ବିବାହରେ ନିମନ୍ତ୍ରଣ କରାଯାଇ ନାହିଁ ।

ଖବର ମୁତାବକ, ବରୁଣ-ନତାଶାଙ୍କ ବିବାହରେ ବହୁ କମ ଅତିଥି ଅଂଶଗ୍ରହଣ କରିବେ । ଅତିଥି ତାଲିକାରେ ପ୍ରାୟ 40 ଟି ନାମ ଅଛି । ଯେଉଁଥିରେ ଉଭୟ ବରୁଣ ଏବଂ ନତାଶାଙ୍କ ଅତିଥିମାନଙ୍କ ନାମ ଅନ୍ତର୍ଭୁକ୍ତ । ତେବେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ନାହିଁ । ଏହି ଅତିଥିମାନେ 22 ଜାନୁଆରୀରୁ 26 ଜାନୁଆରୀ ପର୍ଯ୍ୟନ୍ତ 'ଦ ମ୍ୟାନସନ୍ ହାଉସ' ରିସର୍ଟରେ ରହିବେ ଏବଂ ଏହା ପରେ ମୁମ୍ବାଇ ଫେରିବେ ।

ପ୍ରକାଶ ଥାଉ ଯେ, ଜାନୁୟାରୀ 24 ରେ ଆଲିବାଗର 'ଦ ମ୍ୟାନସନ୍ ହାଉସ' ରେ ବରୁଣ-ନତାଶାଙ୍କ ବିବାହ ହେବ ଏବଂ 26 ଜାନୁଆରୀରେ ରିସେପ୍ସନ୍ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.