ହାଇଦ୍ରାବାଦ: ବିଗ ବି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କମେଡି ଫିଲ୍ମ ଗୁଲାବୋ ସିତାବୋ ରେ ଆୟୁଷ୍ମାନଙ୍କ ସହ ନଜର ଆସିବେ ବିଗ ବି ଅମିତାଭ ବଚ୍ଚନ । ସେମାନଙ୍କୁ ଏକଠି କରିବେ ଫିଲ୍ମ ନିର୍ମାତା ସୁଜିତ ସରକାର ।
ତେବେ ସୁଜିତଙ୍କ ସହ ଆୟୁଷମାନ ଭିକି ଡୋନର କରିଥିବା ବେଳେ ବିଗ ବି ପିକୁରେ ସୁଜିତଙ୍କ ସହ କାମ କରିଛନ୍ତି । ଏନେଇ ସୁଜିତ କହନ୍ତି, ଆୟୁଷମାନ ଓ ବିଗ ବିଙ୍କ ଯୋଡି ଅଲଗା ରହିବ । ଦୁଇଜଣ ବଲିଉଡର ଭଲ ଅଭିନେତା ତେଣୁ ସେମାନଙ୍କୁ ନେଇ କାମ କରିବା ଏକ ଅଲଗା ଅନୁଭୁତି ହେବ ବୋଲି କହିଛନ୍ତି ସୁଜିତ ।
ଏହି ଫିଲ୍ମର କାହାଣୀ ଲେଖିବେ ଜୁହି ଚତୁର୍ବେଦୀ । ଫିଲ୍ମର ସୁଟିଂ ଜୁନ ମାସରୁ ଆରମ୍ଭ ହେବ । ଫିଲ୍ମର ଟାଇଟଲ ବିଷୟରେ କହିବାକୁ ଗଲେ 'ଗୁଲାବୋ ସିତାବୋ' ହେଉଛି ଉତ୍ତରପ୍ରଦେଶର କଥିତ ଶବ୍ଦ ।