ETV Bharat / sitara

ବଚ୍ଚନ ପରିବାରର 26 ଷ୍ଟାଫ କୋରୋନା ନେଗେଟିଭ

author img

By

Published : Jul 13, 2020, 5:08 PM IST

ସାମ୍ନାକୁ ଆସିଲା ବଚ୍ଚନ ପରିବାରର ଅନ୍ୟ ଷ୍ଟାଫଙ୍କ କୋରୋନା ଟେଷ୍ଟ ରିପୋର୍ଟ । କେହି ମଧ୍ୟ କୋରୋନା ସଂକ୍ରମିତ ନୁହଁନ୍ତି । ହେଲେ 14 ଦିନ ରହିବେ କ୍ବାରେଣ୍ଟିନରେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କୋରୋନା ପଜିଟିଭ ବାହାରିବା ପରେ ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶୁଣିବାକୁ ମିଳୁଛି ବର୍ତ୍ତମାନ ଦୁଇଜଣ ସୁସ୍ଥ ଅଛନ୍ତି । ସେହିପରି ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଲାଡଲୀ ଆରାଧ୍ୟା ମଧ୍ୟ କୋରୋନା ପଜିଟିଭ । ଏହି ଚାରିଜଣ କୋରୋନା ପଜିଟିଭି ବାହାରିବା ପରେ ତାଙ୍କ ସବୁ ଷ୍ଟାଫଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ସାମ୍ନାକୁ ଆସିଯାଇଛି ।

ରିପୋର୍ଟ ଅନୁଯାୟୀ ତାଙ୍କ 26 ଜଣ ଷ୍ଟାଫ କୋରୋନା ନେଗେଟିଭ ବାହାରିଛନ୍ତି । ବଚ୍ଚନ ପରିବାର ସମ୍ପର୍କରେ ପାଖାପାଖି 54 ଜଣ ଆସିଥିଲେ । ରବିବାର 28 ଲୋକଙ୍କୁ ହୋମ କ୍ବାରେଣ୍ଟିନ କରାଯାଇଥିଲା । ବାକି 26 ଜଣ ଲୋକ ହାଇ ରିସ୍କରେ ଥିଲେ । ଏହି 26 ଲୋକଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ହେଲେ ସୋମବାର ସାମ୍ନାକୁ ଆସିଥିବା ରିପୋର୍ଟରେ ସମସ୍ତେ ନେଗେଟିଭ ବାହାରିଛନ୍ତି ।

ବର୍ତ୍ତମାନ ଏହି 26 ଜଣଙ୍କୁ 14 ଦିନ ପାଇଁ କ୍ବାରେଣ୍ଟିନରେ ରଖାଯାଇଛି । ସେହିପରି ଐଶ୍ଚର୍ଯ୍ୟା ଓ ଆରାଧ୍ୟା ହୋମ କ୍ବାରେଣ୍ଟିନରେ ଅଛନ୍ତି । ପ୍ରକାଶ ଥାଉକି ଅମିତାଭଙ୍କ ଚାରୋଟି ବଙ୍ଗଳାକୁ ସିଲ କରାଯାଇଛି । ଏହାସହ ସବୁ ବଙ୍ଗଳାର ସାନିଟାଇଜ ମଧ୍ୟ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.