ମୁମ୍ବାଇ: ଲକଡାଉନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁ କାର୍ଯ୍ୟ ବନ୍ଦ ପଡିଛି । ଅନେକ ଫିଲ୍ମର ସୁଟିଂ, ରିଲିଜକୁ ଏବେ ସ୍ଥଗିତ ରଖାଯାଇଛି । ଏହାର ପ୍ରଭାବ ମହାନାୟକ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଗୁଲାବୋ-ସିତାବୋ’ରେ ମଧ୍ୟ ଦେଖିବାକୁ ମିଳୁଛି। କାରଣ ଏମାସ 17ରେ ସିନେମାଘରେ ରିଲିଜ ହେବାର ଥିଲା ଫିଲ୍ମ । ହେଲେ କୋରୋନା ଭାଇରସ ପାଇଁ ସବୁ ସିନେମାଘରକୁ ବନ୍ଦ ରଖାଯାଇଛି । ଯାହାଦ୍ବାରା ଫିଲ୍ମ ରିଲିଜ ହୋଇପାରିନାହିଁ । ଇତିମଧ୍ୟରେ ଦର୍ଶକଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । କାରଣ ଦର୍ଶକଙ୍କୁ ନିରାଶ କରିବାକୁ ଚାହୁଁନାହାଁନ୍ତି ‘ଗୁଲାବୋ-ସିତାବୋ’ ମେକର୍ସ।
ଆଜ୍ଞା ହଁ, ଫିଲ୍ମ ସିନେମାଘରେ ରିଲିଜ ହେବା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମ ନିର୍ଦ୍ଦେଶ ଏହାର ଘୋଷଣା ଏକ ସାକ୍ଷାତକାରରେ କରିଛନ୍ତି । ସେ କହିଥିଲେ ଯେ ନିର୍ଦ୍ଦେଶକ ରୂପେ ସିନେମାଘରେ ପ୍ରଥମେ ନିଜ ଫିଲ୍ମ ରିଲିଜ ଦେଖିବାକୁ ଚାହୁଁଛି। ହେଲେ ଏବେ ଯେଉଁ ପରିସ୍ଥିତି ତାହା ବିଷୟରେ କେହି କେବେ ଭାବିନଥିଲେ। ଆଉ ଯଦି ଆବଶ୍ୟକ ପଡିଲା ତେବେ ଡିଜିଟାଲ ପ୍ଲାଟଫର୍ମରେ ଏହି ଫିଲ୍ମକୁ ରିଲିଜ କରାଯିବ। କିନ୍ତୁ ଆସନ୍ତା 3 ତାରିଖ ପରେ ସେ ନିଷ୍ପତ୍ତି ନେବେ।
ତେବେ ସମୟ ହି କହିବ ଦର୍ଶକ ଫିଲ୍ମଟିକୁ ସିନେମାଘରେ ଦେଖିବେ ନା ଡିଜିଟାଲ ପ୍ଲାଟଫର୍ମରେ। ପ୍ରକାଶ ଥାଉକି ‘ଗୁଲାବୋ-ସିତାବୋ’ରେ ପ୍ରଥମଥର ଆୟୁଷ୍ମାନ, ଅମିତାଭଙ୍କ ସହ କାମ କରୁଛନ୍ତି । ଯାହାକୁ ନେଇ ଉତ୍ସାହିତ ଦର୍ଶକ।