ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ହସ୍ତକ୍ଷେପ କଲେ ଅମିତ ଶାହା ! - ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା

ପୂର୍ବତନ ସାଂସଦ ପପୁ ଯାଦବ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହି ଚିଠିରେ ପପୁ ଯାଦବଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ତରଫରୁ ଏକ ଉତ୍ତର ପଠାଯାଇଛି । ଗୃହମନ୍ତ୍ରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଚିଠି ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

amit shah forwards letter for cbi probe to concerned ministry about sushant singh rajput case
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିକ୍ରିୟା
author img

By

Published : Jul 15, 2020, 9:00 PM IST

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କର ଅନେକ ପ୍ରଶଂସକ ସିବିଆଇ ତଦନ୍ତ ଚାହୁଁଛନ୍ତି । 14 ଜୁଲାଇରେ ସୁଶାନ୍ତଙ୍କ ଦେହାନ୍ତ ହେବାର 1 ମାସ ପରେ ପୂର୍ବତନ ସାଂସଦ ପପୁ ଯାଦବ ଏ ବିଷୟରେ ଟୁଇଟ୍ କରିଛନ୍ତି ।

ପପୁ ଲେଖିଛନ୍ତି, ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ ପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି । ପପୁଙ୍କ ଚିଠିର ଉତ୍ତର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଘଟଣାର ଉପଯୁକ୍ତ ତଦନ୍ତ ଚାଲିଛି । ମାମଲାରେ କେହି ଦୋଷୀ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶାହା ।

ତେବେ ପପୁ ପୁଣିଥରେ ଟୁଇଟ୍ କରି ସିବିଆଇ ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ଶାହା ଚାହିଁଲେ ଏକ ମିନିଟରେ ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ ହୋଇପାରିବ। ଏହାକୁ ଏଡାନ୍ତୁ ନାହିଁ ।

ପ୍ରକାଶ ଥାଉକି, ସୁଶାନ୍ତ 14 ଜୁନ ମୁମ୍ବାଇରେ ଥିବା ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏଥି ସହିତ ପ୍ରଂଶସକମାନେ କ୍ରମାଗତ ଭାବରେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.