ETV Bharat / sitara

2020 ଖ୍ରୀଷ୍ଟମାସରେ ପରଦାକୁ ଆସିବ 'ଲାଲ ସିଂହ ଚଡ୍ଡା' - Laal Singh Chaddha

ଆମୀର ଖାନଙ୍କ ଆଗାମୀ ଫିଲ୍ମ ଲାଲ ସିଂହ ଚଡ୍ଡା 2020 ଖ୍ରୀଷ୍ଟମାସରେ ରିଲିଜ ହେବ । ଫିଲ୍ମଟି 1994ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ 'ଫରେଷ୍ଟ ଗଂପ'ର ହିନ୍ଦୀ ରିମେକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 4, 2019, 2:34 PM IST

ହାଇଦ୍ରାବାଦ: ଆମୀର ଖାନଙ୍କ ଆଗାମୀ ଫିଲ୍ମ ଲାଲ ସିଂହ ଚଡ୍ଡା 2020 ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଛି । ଏହାର ଘୋଷଣା କରିଛି ଭାୟାକମ-18 ଷ୍ଟୁଡିଓ । ଫିଲ୍ମର ପ୍ରଯୋଜନା ଦେବେ ଆମୀର ଖାନ । ଫିଲ୍ମଟି 1994ରେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ 'ଫରେଷ୍ଟ ଗଂପ'ର ହିନ୍ଦୀ ରିମେକ ।

ସିକ୍ଟ୍ରେଟ ସୁପରଷ୍ଟାରର ଲେଖକ ଅଦଭୈତ ଚନ୍ଦନ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି । କାହାଣୀ ଲେଖିଛନ୍ତି ଅଭିନେତା ତଥା ଲେଖକ ଅତୁଲ କୁଲକର୍ଣ୍ଣୀ । ପୂର୍ବରୁ ଆମୀର ନିଜ ଜନ୍ମଦିନରେ ଫିଲ୍ମ ବିଷୟରେ ଘୋଷଣା କରିଥିଲେ । ସେ କହିଥିଲେ, ଫିଲ୍ମ ପାଇଁ ନିଜର ଓଜନ କମାଇବା ସହ ସମସ୍ତ ପ୍ରସ୍ତୁତି ସରିଛି । ସେ ଫିଲ୍ମର ଲିଡ ରୋଲ ଲାଲ ସିଂହ ରୂପରେ ନଜର ଆସିବେ ।

'ଫରେଷ୍ଟ ଗଂପ'କୁ ସେ ସମୟରେ ଓସ୍କାର ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ଏହାର ହିନ୍ଦୀ ରିମେକ ପାଇଁ କାମ ଆରମ୍ଭ ହୋଇଯାଇଛି, ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.