ETV Bharat / sitara

ସ୍ବାମୀଙ୍କୁ ଭୁଲିବାକୁ ଚାହୁଁଛନ୍ତି ଶିଳ୍ପା, ନୂଆ ଆରମ୍ଭ ନେଇ ସୋସିଆଲ ମିଡିଆରେ କଲେ ସେୟାର - ଇନଷ୍ଟାଗ୍ରାମରେ ଶିଳ୍ପାଙ୍କ ନୋଟ

ଜୀବନରେ ଅତୀତକୁ ଯାଇ କିଛି ବଦଳାଇବା ଅସମ୍ଭବ । ଏଣୁ ବର୍ତ୍ତମାନ ନୂଆ ଅନ୍ତ କରି ପୁଣି ଜୀବନକୁ ଆରମ୍ଭ କରିବା ପ୍ରସଙ୍ଗରେ ଇନଷ୍ଟାଗ୍ରାମରେ ଏକ ନୋଟ ସେୟାର କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅଧିକ ପଢନ୍ତୁ...

ଜୀବନରେ 'BRAND NEW ENDINGS' ଉପରେ ନୋଟ ସେୟାର କଲେ ଶିଳ୍ପା

author img

By

Published : Sep 18, 2021, 5:38 PM IST

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଜୀବନର 'ନୂଆ ଅନ୍ତ' ଟାଇଟଲରେ ଏକ ନୋଟ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ ଜୀବନରେ କେହି ଅତୀତକୁ ଫେରିଯାଇ ବ୍ରାଣ୍ଡ ଆରମ୍ଭ କରିପାରିବ ନାହିଁ, କିନ୍ତୁ ବର୍ତ୍ତମାନରୁ ସବୁ କିଛି ଆରମ୍ଭ ହୋଇପାରିବ ଏବଂ ଏବେ ବ୍ରାଣ୍ଡ ନ୍ୟୁ ଏଣ୍ଡିଂ ବା ନୂଆ ଅନ୍ତ କରାଯାଇପାରିବ ବୋଲି ସେ ଲେଖିଛନ୍ତି । ବ୍ୟବସାୟୀ ସ୍ବାମୀ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ଏଭଳି କିଛି ନୋଟ୍ସ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅଭିନେତ୍ରୀ ।

ଜୀବନରେ 'BRAND NEW ENDINGS' ଉପରେ ନୋଟ ସେୟାର କଲେ ଶିଳ୍ପା
ଜୀବନରେ 'BRAND NEW ENDINGS' ଉପରେ ନୋଟ ସେୟାର କଲେ ଶିଳ୍ପା

ଏହି ବିବାଦ ବର୍ତ୍ତମାନ ଚାଲିଥିବା ବେଳେ ଶିଳ୍ପା ଶନିବାର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବ୍ରାଣ୍ଡ ନୂଆ ଅନ୍ତ ସମ୍ପର୍କରେ କିଛି ଲେଖା ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ ଜୀବନରେ ଆମେ ଭୁଲ ନିଷ୍ପତ୍ତି ନେବାରେ ବହୁତ ସମୟ ବ୍ୟର୍ଥ କରିବା ସହିତ ଭୁଲ କରିବାରେ ଓ ବନ୍ଧୁଙ୍କୁ ଦୁଃଖ ପହଞ୍ଚାଇବାରେ ସମୟ ଅତିବାହିତ କରିସାରିଛୁ । ଏସବୁ କରିବା ପରେ ମଧ୍ୟ ଆମେ ଉତ୍ତମ ଆଚରଣ କଲେ ମଧ୍ୟ ଏହାକୁ ବଦଳାଇ ପାରିବା ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ଏଥିରୁ ମୁକୁଳିବା ପାଇଁ ଆମେ ଆହୁରି ଭଲ ନିଷ୍ପତ୍ତି ନେବା ସହିତ ଅତୀତରେ କରିଥିବା ଭୁଲକୁ ଏଡାଇବା ଆବଶ୍ୟକ ।

ସେ ଆହୁରି ଲେଖିଛନ୍ତି ଯେ ଅତୀତରେ ଯାହା ସବୁ ଘଟିଯାଇଛି, ଏହାକୁ ବ୍ୟାଖ୍ୟା କରିବାକୁ ସମୟ ନାହିଁ । ଭବିଷ୍ୟତରେ ଯାହା କରିବାକୁ ଇଚ୍ଛା ସେହି ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ଶିଳ୍ପା ନିଜ ପୋଷ୍ଟରେ ଲାଲ ରଙ୍ଗର ହାର୍ଟ ଇମୋଟିକନ ସହିତ ସେୟାର କରିଛନ୍ତି । ଏହାରି ମଧ୍ୟରେ ଶିଳ୍ପା ନିଜ ବାନ୍ଧବୀଙ୍କ ସହିତ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଯାଇଛନ୍ତି । ସେପଟେ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ମୁମ୍ବାଇ ପୋଲିସ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଜାରି କରିଛି । ଏଥିରେ ଶିଳ୍ପାଙ୍କ ସହିତ ୪୩ ଜଣଙ୍କ ବୟାନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.