ETV Bharat / sitara

ହଲିଉଡ୍‌ର ଆଉ ଜଣେ ଆକ୍ଟର କୋରୋନାରେ ଆକ୍ରାନ୍ତ

author img

By

Published : Mar 21, 2020, 9:14 PM IST

ଆମେରିକା ଟିଭିର ପପୁଲାର ହୋଷ୍ଟ ଓ ଆକ୍ଟର ଏଣ୍ଡି କୋହେନ କୋରୋନା ଭାଇରସରେ ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ।

andy cohen
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଏଣ୍ଡି କୋହେନ

ମୁମ୍ବାଇ: କୋରୋନା ଭାଇରସ ସଂକ୍ରମିତ ସଂଖ୍ୟା ବିଶ୍ବରେ ବଢିଚାଲିଛି। ଜନସାଧାରଣଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଏହାକୁ ନେଇ ଭୟବିତ। ହଲିଉଡରେ କିଛି କଳାକାର ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ଖବର ନିକଟରେ ସାମ୍ନାକୁ ଆସିଥିଲା । ଇତିମଧ୍ୟରେ ହଲିଉଡର ଆଉ ଜଣେ ଆକ୍ଟର ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।

ଆମେରିକା ଟିଭି ଇଣ୍ଡଷ୍ଟ୍ରିର ଫେମସ୍‌ ହୋଷ୍ଟ ଏଣ୍ଡି କୋହେନଙ୍କ ଟେଷ୍ଟ ପଜେଟିଭ ବାହାରିଛି । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ସେ କୋଭିଡ-19ରେ ସଂକ୍ରମିତ । ତାଙ୍କ ମଧ୍ୟରେ ଯେମିତି କୋରୋନା ଲକ୍ଷଣ ଦେଖିବାକୁ ମିଳିଥିଲା, ସେ ସଙ୍ଗେ ସଙ୍ଗେ ଟେଷ୍ଟ କରାଇଥିଲା । ଆଉ ରିପୋର୍ଟରେ ପଜେଟିଭ ବାହାରିଛି । ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି।

ଏହାସହ ସେ ନିଜ ଫ୍ୟାନ୍ସ ଓ ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି । ତାଙ୍କ ଏହି ପୋଷ୍ଟ ପରେ ଲୋକ ତାଙ୍କ ସୁସ୍ଥ କାମନା ସୋସିଆଲ ମିଡିଆରେ କରିବାରେ ଲାଗିଛନ୍ତି । ପ୍ରକାଶ ଥାଉକି ଏଣ୍ଡି ଜଣେ ପପୁଲାର ସେଲିବ୍ରିଟି । ତାଙ୍କ ଶୋ’ରେ ବିବାହ ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ୍‌ ସାମିଲ ହୋଇଥିଲେ । ଆଉ ନିଜ ରିଲେସନଶିପ ସହ ସମ୍ପୃକ୍ତ ଥିବା ଅନେକ କଥାର ଖୁଲାସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.