ETV Bharat / sitara

'ଦ ଗ୍ରେଟ ଇଣ୍ଡିଆନ କସିନୋ'ରେ ଅମୀଷାଙ୍କ ହଟ ଅବତାର - the great indian casino

ଅଭିନେତ୍ରୀ ଅମୀଷା ପଟେଲ ଶେଷଥର 'ଭୈୟାଜି ସୁପରହିଟ୍' ଫିଲ୍ମରେ ସନ୍ନି ଦେଓଲଙ୍କ ସହ ନଜର ଆସିଥିଲେ । ଏବେ ନୋଟବନ୍ଦୀ ଉପରେ ତିଆରି ହୋଇଥିବା ଫିଲ୍ମ 'ଦ ଗ୍ରେଟ ଇଣ୍ଡିଆନ କସିନୋ'ରେ ସେ ବାର ଗର୍ଲ ଭୂମିକାରେ ନଜର ଆସିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ଅମୀଷା ପଟେଲ
author img

By

Published : Apr 23, 2019, 3:32 AM IST

ମୁମ୍ବାଇ: ପୁରା ଦେଶରେ ବର୍ତ୍ତମାନ ରାଜନୈତିକ ଉଷ୍ମତା । ସ୍ବଚ୍ଛ, ଅବାଧ ନିର୍ବାଚନ ପାଇଁ କମିଶନ ଆଦର୍ଶ ଆଚରଣ ବିଦ୍ଧି ଲାଗୁ କରିଛନ୍ତି । ଏହା ଯେପରି ଉଲ୍ଲଂଘନ ନ ହୁଏ ତାକୁ ଦୃଷ୍ଟିରେ ରଖି ଫିଲ୍ମ 'ମାଇଁ ନେମ ଇଜ୍ ରାଗା'ର ରିଲିଜ ଉପରେ ରୋକ ଲଗାଇ ଦେଇଥିଲେ । ସେପଟେ ସିନେମାର ଟାଇଟଲ ହିଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ସ୍ପଷ୍ଟ ପରିପ୍ରକାଶ କରୁଛି ।

ଏହି ଫିଲ୍ମ ଉପରେ ରୋକ ଲାଗିବା ପରେ ରୁପେଶ ଆଉ ଏକ ପଲିଟିକାଲ ଡ୍ରାମା ଫିଲ୍ମ 'ଦ ଗ୍ରେଟ ଇଣ୍ଡିଆନ କ୍ୟାସିନୋ' ତିଆରି କରିଛନ୍ତି । ଏହି ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା 2016ରେ ହୋଇଥିବା ନୋଟବନ୍ଦୀ ଉପରେ ଆଧାରିତ । ଏହି ଫିଲ୍ମରେ ଏମିତି ଚାରି ଲୋକଙ୍କ କାହାଣୀ ପର୍ଯ୍ୟବେଶିତ ହୋଇଛି, ଯିଏ ନୋଟବନ୍ଦୀରୁ ବଞ୍ଚିବା ପାଇଁ ଉପାୟ ବାହାର କରୁଥିବାର ନଜର ଆସୁଛନ୍ତି । ଏହାପରେ ଫିଲ୍ମରେ ନୋଟବନ୍ଦୀ ପରେ ପ୍ରଭାବିତ ହୋଇଥିବା କିଛି ଏମିତି ଲୋକଙ୍କ କାହାଣୀ ଦେଖିବାକୁ ମିଳିବ, ଯିଏ ନୋଟବନ୍ଦୀ ପରେ ସବୁଠାରୁ ଅଧିକା ଖୁସି ଅଛନ୍ତି ।

ରୁପେଶଙ୍କ ଏହି ଫିଲ୍ମରେ ଅଭିନେତ୍ରୀ ଅମୀଷା ପଟେଲ ମଧ୍ୟ ନଜର ଆସିବେ । ଅମୀଷା ଫିଲ୍ମରେ ଜଣେ ବାର ଗାର୍ଲ ଭୂମିକାରେ ଦେଖାଯିବେ । ଯିଏ ଟଙ୍କା ପାଇଁ ଧୋକା ପାଇଥିବାର ଦେଖାଯିବେ । ଏହି ଧୋକାର ପ୍ରତିଷୋଧ ନେବା ପାଇଁ ଅମୀଷାଙ୍କ ଯାତ୍ରା ଆରମ୍ଭ ହୋଇଛି । ଅନ୍ୟପଟେ ଫିଲ୍ମ ନିର୍ମାତା ଏଯାବତ ଫିଲ୍ମ ରିଲିଜ ଲାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.