ହାଇଦ୍ରାବାଦ: ତେଲୁଗୁ ସିନେମାର ଷ୍ଟାଇଲିସ ଅଭିନେତା ଅଲୁ ଅର୍ଜୁନ ଜଣେ ଚମତ୍କାରୀ ନୃତ୍ୟଶିଳ୍ପୀ ବୋଲି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ତାଙ୍କର ବହୁତ ବଡ ଫ୍ୟାନ ।
ଅଭିନେତ୍ରୀ ଦିଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ବୁଟା ବମ୍ମା' ଗୀତରେ ଅଲୁ ଅର୍ଜୁନଙ୍କ 2020 ଚଳଚ୍ଚିତ୍ର 'ଆଲାଭାଇକୁନ୍ତାପ୍ରେମୁଲୁ'ର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଅଲୁଙ୍କୁ ଟ୍ୟାଗ କରି କହିଥିଲେ, "ତୁମେ ଏପରି ଏତେ ଭଲ ଡ୍ୟାନ୍ସ କିପରି କର?" ଅଭିନେତା ଉତ୍ତର ଦେଲେ, ମୁଁ ସଙ୍ଗୀତ ପସନ୍ଦ କରେ । ତେଣୁ ଭଲ ଗୀତ ଦ୍ବାରା ମୋର ଡ୍ୟାନ୍ସ ବହୁତ ଭଲ ହୋଇଥାଏ । ପ୍ରଶଂସା ପାଇଁ ଧନ୍ୟବାଦ। "ଦିଶା ଉତ୍ତର ଦେଇ କହିଛନ୍ତି ଯେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ।
ନିକଟରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କେରଳରେ କରୋନାଭାଇରସ ବିରୋଧରେ ଲଢିବାକୁ ଅଭିନେତା ଅଲୁ ଅର୍ଜୁନ 1.25 କୋଟି ଟଙ୍କା ଯୋଗଦାନ ଦେଇଛନ୍ତି।ନିକଟରେ ନିର୍ଦ୍ଦେଶକ ସୁକୁମାରଙ୍କ ଫିଲ୍ମରେ ଅଲୁ ଅର୍ଜୁନ ସାଇନ କରିଛନ୍ତି, ଯେଉଁଥିରେ ରଶ୍ମିକା ମଦାନା ଏବଂ ବିଜୟ ସେତୁପତି ମଧ୍ୟ ଅଭିନୟ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ