ETV Bharat / sitara

ଗିରଫ ହେବେନି ସୋନାକ୍ଷୀ, ଜାଣନ୍ତୁ କାହିଁକି

କିଛି ଦିନ ହେବ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଉପରେ ଅଭିଯୋଗ ଲାଗିଥିବା ଖବର ଜୋରଧରିଛି । ଇତିମଧ୍ୟରେ ତାଙ୍କ ଗିରଫ ଉପରେ ରୋକ ଲଗାଇଛି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ।

author img

By

Published : Mar 9, 2019, 5:31 AM IST

Updated : Mar 9, 2019, 5:40 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଇନଷ୍ଟାଗ୍ରାମ@ ସୋନାକ୍ଷୀ ସିହ୍ନା

ପ୍ରୟାଗରାଜ: ଠକାମି ଅଭିଯୋଗକୁ ନେଇ ଚର୍ଚ୍ଚାରେ ବର୍ତ୍ତମାନ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଏକ କାର୍ଯ୍ୟକ୍ରମ ଆୟୋଜକ ସହ କଥିତ ଠକାମି ମାମଲାରେ ଦାୟର ଏଫଆଇଆର ସମ୍ପର୍କରେ ସୋନାକ୍ଷୀଙ୍କ ଗିରଫ ଉପରେ ଶୁକ୍ରବାର ରୋକ ଲଗାଇଛନ୍ତି । ସୋନାକ୍ଷୀ ସହିତ ଚାରି ଅନ୍ୟ ଲୋକଙ୍କ ବିରୋଧରେ ଏହି ଏଫଆଇଆର ପ୍ରମୋଦ ଶର୍ମା ନାମକ ଜଣେ ବ୍ୟକ୍ତି ଫେବୃଆରୀ 22ରେ ମୁରାଦାବାର କଟଘର ପୋଲିସ ଥାନାରେ ଦାୟର କରିଥିଲେ ।

ଏଫଆଇଆରରେ ସେ ଅଭିଯୋଗ ଲଗାଇଥିଲେ କି ସୋନାକ୍ଷୀ ଦିଲ୍ଲୀରେ ଗତ ବର୍ଷ ସେପ୍ଟେମ୍ବର 30ରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହମତି ଭରିଥିଲେ । ଏହାପାଇଁ ସେ 37 ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ ।

ଅନ୍ୟପଟେ ସୋନାକ୍ଷୀ ଅନ୍ତିମ ସମୟରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରିଦେଇଥିଲେ । ଯାହା ପାଇଁ ଆୟୋଜକ ଶର୍ମାଙ୍କୁ କ୍ଷତି ସହିବାକୁ ପଡିଥିଲା । ସୋନାକ୍ଷୀ ଦ୍ବାରା ଦାୟର ରିଟ ଯାଚିକାର ନିସ୍ତାରଣ କରି ନ୍ୟାୟମୂର୍ତ୍ତୀ ନହୀଦ ଅରା ମୁନସ ଏବଂ ନ୍ୟାୟମୂର୍ତ୍ତୀ ବିରେନ୍ଦ୍ର କୁମାର ଶ୍ରୀବାସ୍ତବ ନିର୍ଦ୍ଦେଶ ଦେଇଛନ୍ତି କି ପୋଲିସ ଦ୍ବାରା ଏହି ମାମଲାର ତଦନ୍ତ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ଗିରଫ କରାଯିବ ନାହିଁ ।

କୋର୍ଟ ସୋନାକ୍ଷୀଙ୍କ ଗିରଫ ଉପରେ ରୋକ ଲଗାଇ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛି କି ସୋନାକ୍ଷୀ ତଦନ୍ତରେ ସହଯୋଗ କରନ୍ତୁ । ଏହାସହ ତଦନ୍ତରେ ସହଯୋଗ ପାଇଁ ଯେତେବେଳେ ମଧ୍ୟ ତାଙ୍କୁ ଡକାଯିବ, ତେବେ ସେ ଉପସ୍ଥିତ ହେବା ନିହାତି ଦରକାର ।

Intro:Body:

ମୁମ୍ବାଇ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମନିର୍ମାତା କରଣ ଜୋହର ବି-ଟାଉନ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୋଟିଏ ବଡ ସରପ୍ରାଇଜ । କରଣଙ୍କ ବହୁଅପେକ୍ଷିତ ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଆଜି କରଣ ଫିଲ୍ମରେ ସମସ୍ତ ଷ୍ଟାରଙ୍କ ଲୁକ ରିଲିଜ କରିଛନ୍ତି ।

କରଣ ପ୍ରଥମେ ଆଲିୟାଙ୍କ ଲୁକ ରିଲିଜ କରି ଶୀର୍ଷକରେ ଲେଖିଛନ୍ତି, 'ଟୁ ଲଭ ହର ଇଜ ଟୁ ଲଭ ଫାୟାର, ଏ ହେଉଛନ୍ତି ରୂପ !' ପୋଷ୍ଟରରେ ଆଲିୟା ରୟାଲ ବୋହୂ ବେଶରେ ନଜର ଆସି ଲାଲ ରଙ୍ଗର ଓଢଣୀରେ ଦିଶୁଛନ୍ତି ଖୁବ ସୁନ୍ଦର ।

ଆଲିୟାଙ୍କ ପରେ କରଣ, ସୋନାକ୍ଷୀଙ୍କ ଲୁକ ରିଲିଜ କରିଛନ୍ତି । ପୋଷ୍ଟରରେ ସୋନାକ୍ଷୀ ସାଧାରଣ ଲୁକରେ ଲାଲ ବିନ୍ଦି ଓ ସିନ୍ଦୁର ପିନ୍ଧିଥିବାବେଳେ ଫଟୋର ଶୀର୍ଷକରେ ଲେଖାଯାଇଛି, 'ଏ ହେଉଛନ୍ତି ସତ୍ୟା'।                                                                                                                                                                                                                            

ସୋନାକ୍ଷୀଙ୍କ ପରେ କରଣ ରିଭିଲ କରିଥିଲେ ଧକଧକ ଗର୍ଲ ମାଧୁରୀଙ୍କ ଲୁକ । ମାଧୁରୀ ଲାଲ ରଙ୍ଗର ଟ୍ରାଡିଶନାଲ ଓଢଣୀରେ ବେଶ ସୁନ୍ଦର ଦିଶୁଥିବାବେଳେ ଏହାର ଶୀର୍ଷକରେ ସେ ଲେଖିଛନ୍ତି, 'ଆଉ କାହା ଛାଇକୁ ପିଛା ନକରି ସେ ଅନ୍ଧାରରେ ଏକା ଚାଲିବାକୁ ପସନ୍ଦ କରିବେ । ବାହାର ବେଗମ ।'                                                                                                                                                               ପ୍ରକାଶ ଥାଉକି, ଗତକାଲି କରଣ ଫିଲ୍ମର ପୁରୁଷ ଷ୍ଟାରମାନଙ୍କ ଲୁକ ରିଲିଜ କରିଥିଲେ । ବରୁଣ ଧୱନ ଜାଫର, ଆଦିତ୍ୟ ରୟ କପୁର ଦେବ ଚୌଧୁରୀ ଓ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମଟି ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ଦ୍ବାରା ପ୍ରଯୋଜିତ, ଯାହାକି ଏପ୍ରିଲ 19ତାରିଖରେ ରିଲିଜ ହେବ ।                           

Conclusion:
Last Updated : Mar 9, 2019, 5:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.