ETV Bharat / sitara

ଉରି ପରେ ଆସୁଛି ପୁଲୱାମା ଆଟାକ୍ - film

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏବେ ପରଦାରେ ଦେଖିବେ ଦର୍ଶକ । ଖୁବ୍ ଶୀଘ୍ର ଏହି ଘଟଣାକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅଭିଷେକ କପୁର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଈଶାନ ଖଟ୍ଟର
author img

By

Published : Mar 21, 2019, 11:32 PM IST

ନୂଆଦିଲ୍ଲୀ: ନିକଟରେ କଶ୍ମୀରର ପୁଲୱାମାରେ ଭାରତୀୟ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୁରା ଦେଶ କାନ୍ଦି ପକାଇଥିଲା । ଏହି ଦୁଃଖଦ ଘଟଣାକୁ ଦର୍ଶକ ସୁନେଲୀ ପରଦାରେ ଦେଖିବାକୁ ଯାଉଛନ୍ତି । ଆଜ୍ଞା ହଁ, ଏବେ ବଲିଉଡରେ ଏହି ଘଟଣା ଉପରେ ଖୁବ୍ ଶୀଘ୍ର ଫିଲ୍ମ ତିଆରି କରାଯିବାର ଯୋଜନା ଚାଲିଛି ।

'ଧଡକ' ଫିଲ୍ମ ଜରିଆରେ ସମସ୍ତଙ୍କ ମନ କିଣିଥିବା ଅଭିନେତା ଈଶାନ ଖଟ୍ଟର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଆକ୍ରମଣ ଉପରେ ଫିଲ୍ମ ତିଆରି କରିବାର ବିଚାର କରିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଅଭିଷେକ କପୁର ।

ଗତ ବର୍ଷ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ 'କେଦାରନାଥ'ର ନିର୍ଦ୍ଦେଶନା କରିଥିଲେ ଅଭିଷେକ । ଖୁବ୍ ଶୀଘ୍ର ସେ ଏହି ଫିଲ୍ମର ଟାଇଟଲ ଏବଂ କଳାକାରଙ୍କ ନାମ ଘୋଷଣା କରିବେ ।

Intro:Body:

ହୁବଳି: ଆପଣଙ୍କ ଫୋନ ଯଦି କେଉଁଠି ଚୋରି କମ୍ବା ହଜିଯାଏ, ତେବେ ଏହାକୁ ପୁନଃ ପାଇବା କଷ୍ଟକର ।  ଆପଣ ନିଜ ଫୋନ ପାଇବା ପାଇଁ ନିଶ୍ଚୟ ପୋଲିସର ସହାୟତା ନେବେ । ବାସ୍ତବ କଥା ହେଲା IMEI ନମ୍ବରରୁ ଟ୍ରେସ କରି ଫୋନ ପାଇବା ଟେକନିକ ଆଉ କାମ ଦେବନି । କାହିଁକି ନା ଆପଣଙ୍କ ଫୋନର ଏହି ୟୁନିକ ନମ୍ବର ବିଲକୁଲ ବି ସୁରକ୍ଷିତ ନୁହେଁ । କାରଣ ଆପଣଙ୍କ ଏହି IMEI ନମ୍ବରକୁ ଚୋରମାନେ ଅତି ସହଜରେ ପରିବର୍ତ୍ତନ କରିଦେଉଛନ୍ତି । 

ୟୁନିକ ନମ୍ବରକୁ ଟ୍ରେସ କରି ଫୋନ ପାଖରେ ପହଞ୍ଚିବା, ପୁରୁଣା ଟେକନିକ ଥିଲା । ମାତ୍ର ଏକ ସଫ୍ଟୱେର ମାଧ୍ୟମରେ କିଛି ହ୍ୟାକର ଏହି ନମ୍ବରକୁ ଅତି ସହଜରେ ପରିବର୍ତ୍ତନ କରୁଥିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେବେ କିଛି ନାମୀଦାମୀ କମ୍ପାନୀର ଫୋନରେ IMEI ନମ୍ବର ଥାଏ, ଯାହା ଟ୍ୟାମ୍ପର ପ୍ରୁଫ ହୋଇଥିବା ସହ ଏହାକୁ ପରିବର୍ତ୍ତନ କରିବାକୁ 5 ମିନିଟ ସମୟ ଲାଗିଥାଏ । 

ତେବେ କିଛି ବର୍ଷ ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗୁଥିଲା, IMEI ନମ୍ବର ଏକଦମ ସୁରକ୍ଷିତ ଏବଂ ଏହାକୁ କେହି ହ୍ୟାକ କରି ପାରିବେନି । ହେଲେ ଏବେ IMEI ନମ୍ବର ହ୍ୟାକ ହେଉଥିବାରୁ ମୋବାଇଲ ଚୋରି ହେଲେ ମିଳିବା କହିବା କଷ୍ଟକର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.