ମୁମ୍ବାଇ: ମିକା ସିଂ ଓ ଦିଲଜିତ ଦୋସାଞ୍ଝଙ୍କ ପରେ ଏବେ ଫେଡରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆନ ସିନେ ଏମ୍ଲୋଇଜ(ଏଫଡବ୍ଲୁଆଇସିଇ)ର ଟାର୍ଗେଟରେ ଲୋକପ୍ରିୟ ଗାୟିକା ଅଲକା ୟାଗନିକ, କୁମାର ସାନୁ ଓ ଉଦିତ ନାରାୟଣ । ପାଖାପାଖି 50 ହଜାର ମେମ୍ବର୍ସର ଏଫଡବ୍ଲୁଆଇସିଇ ଭାରତୀୟ ସିମେନା ଆସୋସିଏସନର ମଦର ବଡି । ଏହି ସଂସ୍ଥା ମୁମ୍ବାଇରେ ଫିଲ୍ମ ଇଣ୍ଡଷ୍ଟ୍ରି ୱାର୍କର୍ସର ଏକ ୟୁନିୟନ ରୂପେ କାମ କରୁଛି ।
ଏବେ ଫେଡରେଶନ ଅଲକା, କୁମାର ସାନୁ ଓ ଉଦିତଙ୍କୁ ଆମେରିକାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଛି । କାରଣ ଏହି କାର୍ଯ୍ୟକ୍ରମର ଆୟୋଜକ ଜଣେ ପାକିସ୍ତାନୀ ।
ଫେଡରେଶନ ତିନି କଳାକାରଙ୍କୁ ପଠାଇଥିବା ନୋଟିସରେ କହିଛି କି ଏମିତି ସୂଚନା ମିଳିଛି ଯେ ଆପଣ ମାନେ ଜଣେ ପାକିସ୍ତାନୀ ନାଗରିକ ମେଜମା ହୁନୈନ ଦ୍ବାରା ଆମେରିକାରେ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ପରଫର୍ମ କରିବେ । ଫେଡରେଶନ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ନାହିଁ ।
ଅନ୍ୟପଟେ ଫିଲ୍ମମେକର ଅଶୋକ ପଣ୍ଡିତ ଫେଡରେଶନ ଦ୍ବାରା ଜାରି ହୋଇଥିବା ଏହି ନୋଟିସର ଫଟୋ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଆଉ ସୂଚନା ଦେଇ ଲେଖିଛନ୍ତି, ‘ଅଲକା, କୁମାର ସାନୁ ଓ ଉଦିତଙ୍କୁ ଆମେରିକା ଇଭେଣ୍ଟରୁ ଯୋଗ ନଦେବାକୁ ଫେଡରେଶନ ନୋଟିସ ଜାରି କରିଛି ।’