ETV Bharat / sitara

Ranbir Kapoor Birthday: ଶୁଭେଚ୍ଛା ଜଣାଇଲେ ନୀତୁ, ରିଦ୍ଧିମା

author img

By

Published : Sep 28, 2021, 4:17 PM IST

ବଲିଉଡ଼ ଚକୋଲେଟ ବଏ ରଣବୀର କପୁରଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇଲେ ମମ୍‌ ନୀତୁ ଓ ଭଉଣୀ ରିଦ୍ଧିମା । ଅଧିକ ପଢନ୍ତୁ...

afafaRanbir Kapoor Birthday: ଶୁଭେଚ୍ଛା ଜଣାଇଲେ ନୀତୁ, ରିଦ୍ଧିମା

ହାଇଦ୍ରାବାଦ: ଆଜି(ମଙ୍ଗଳବାର) ବଲିଉଡ଼ର ଚକୋଲେଟ ବଏ ତଥା ଲୋକପ୍ରିୟ ଅଭିନେତା ରଣବୀର କପୁର ୩୯ ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ସ୍ପେଶାଲ ଡେ'ରେ ମମ୍‌ ନୀତୁ କପୁର ଓ ଭଉଣୀ ରିଦ୍ଧିମା କପୁର ସୋସିଆଲ ମିଡ଼ିଆରେ ଫଟୋ ଓ ନୋଟ୍ସ ସେୟାର କରିଛନ୍ତି । ଏହି ଫଟୋରେ ରଣବୀରଙ୍କ ସହିତ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ରଣବୀରଙ୍କ ବଡ଼ ଭଉଣୀ ରିଦ୍ଧିମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇ ରଣବୀରଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇଛନ୍ତି । ତେବେ ତାଙ୍କୁ ସମସ୍ତେ ଭଲ ପାଆନ୍ତି ବୋଲି ସେ ନିଜ ନୋଟ୍ସରେ ଲେଖିଛନ୍ତି । ଏହି ଫଟୋରେ ନୀତୁ, ରିଦ୍ଧିମା ଓ ରଣବୀରଙ୍କ ସହିତ ଆଲିଆ ଭଟ୍ଟ ଥିବା ଦେଖିବାକୁ ମିଳିଛି । ଏହି ଫଟୋକୁ ଗତ ଜୁନ ମାସରେ ମମ୍‌ ନୀତୁ ସିଂ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ ।

ନୀତୁ ମଧ୍ୟ ଆଲିଆ ଭଟ୍ଟ ତାଙ୍କ ପରିବାର ସହିତ ଥିବା ଫଟୋ ସେୟାର କରି ରଣବୀରଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇଛନ୍ତି । ତେବେ ସୂଚନା ଥାଉ କି ରଣବୀର ନିଜର ୩୯ତମ ବର୍ଥ ଡେ' ପାଳନ କରିବା ପାଇଁ Rumour ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହିତ ରାଜସ୍ଥାନର ଯୋଧପୁର ଗସ୍ତ କରିଛନ୍ତି । ଉଭୟ ଯୋଧପୁର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ: ବିବାହ କରିବେ ରଣବୀର-ଆଲିୟା, ଭେନ୍ୟୁ ପାଇଁ ଯାଇଛନ୍ତି ଯୋଧପୁର !

ତେବେ ସେମାନେ ବିଲାସପୁର ନିକଟରେ ଥିବା ଏକ ଦାମୀ ରେସର୍ଟ ରହିଥିବା ସୂଚନା ମିଳିଛି । ରଣବୀର ଓ ଆଲିଆ ନିଜ ବିବାହ ପାଇଁ ୱେଡିଙ୍ଗ ଭେନ୍ୟୁ ଦେଖିବାକୁ ଯୋଧପୁର ଆସିଥିବା ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟତା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.