ETV Bharat / sitara

କଙ୍ଗନାଙ୍କ ଟାର୍ଗେଟରେ ଆଲିୟା, ବିଜ୍ଞାପନକୁ ନେଇ କହିଲେ ଏମିତି

ଆଲିଆଙ୍କ 'Mohey'ବିଜ୍ଞାପନକୁ ଟାର୍ଗେଟ କଲେ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା କଙ୍ଗନା ରଣାୱତ । କହିଲେ ଜିନିଷ ବିକ୍ରି ପାଇଁ ଧର୍ମର କରନି ଅପବ୍ୟବହାର । ଅଧିକ ପଢନ୍ତୁ...

author img

By

Published : Sep 21, 2021, 4:57 PM IST

ଆଲିଆଙ୍କୁ ଟାର୍ଗେଟ କଲେ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା, bridal adକୁ ନେଇ କଲେ ଏମିତି ରିଆକ୍ଟ

ମୁମ୍ବାଇ: ବିଭିନ୍ନ ପ୍ରସଙ୍ଗରେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା ରଣାୱତ । ତେବେ ଏଥର କଙ୍ଗନାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ଆଲିଆ ଭଟ୍ଟ । ଆଲିଆଙ୍କ ଏକ ବ୍ରାଇଡାଲ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା କରିଛନ୍ତି କଙ୍ଗନା । ତେବେ ଜିନିଷ ବିକ୍ରି କରିବା ପାଇଁ ଧର୍ମର ବ୍ୟବହାର ନ କରିବାକୁ କହିଛନ୍ତି କଙ୍ଗନା ।

  • " class="align-text-top noRightClick twitterSection" data="">

ଆଲିଆ ବ୍ରାଇଡାଲ ଲେହେଙ୍ଗା ପାଇଁ Mohey ବ୍ରାଣ୍ଡର ଏକ ବିଜ୍ଞାପନ କରିଥାନ୍ତି । ତେବେ ଏଥିରେ ଆଧୁନିକ ଯୁଗରେ ନିଜର ପରମ୍ପରାକୁ ବଞ୍ଚାଇ ରଖିବା ଉପରେ ବିଜ୍ଞାପନର ପ୍ରସଙ୍ଗ ଆଧାରିତ । ଏହି ବିଜ୍ଞାପନଟି ସୋସିଆଲ ମିଡିଆକୁ ୨ ଭାଗରେ ପରିଣତ କରିଛି । ଏହି ବିଜ୍ଞାପନଟି ବିବାହକୁ ନେଇ ସମାନତାର ଏକ ଛୋଟ କିନ୍ତୁ ମହତ୍ବପୂର୍ଣ୍ଣ ଦୃଷ୍ଟିକୋଣ ଉପସ୍ଥାପନ କରୁଥିବା ବେଳେ ଅନ୍ୟମାନେ ହିନ୍ଦୁ ପରମ୍ପରାକୁ ଭୁଲ ବ୍ୟାଖ୍ୟା କରି ନିର୍ମାତାମାନଙ୍କୁ ଦାୟୀ କରିଛନ୍ତି । କାରଣ ମେକର୍ସ ଏହି ବିଜ୍ଞାପନରେ 'କନ୍ୟାଦାନ'କୁ 'କନ୍ୟାମାନ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏହି ପ୍ରସଙ୍ଗକୁ ବିରୋଧ କରୁଥିବା ୟୁଜର୍ସମାନେ କଙ୍ଗନାଙ୍କୁ ସମର୍ଥନ ଜଣାଇଛନ୍ତି । କଙ୍ଗନା ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ଯେ କୌଣସି ଜିନିଷର ବିକ୍ରି କରିବା ପାଇଁ ଧର୍ମ, ଜାତି ଆଦିର ବ୍ୟବହାର କରନ୍ତୁ ନାହିଁ । ଏଭଳି ବିଜ୍ଞାପନ ଦ୍ବାରା ଗ୍ରାହକଙ୍କୁ ପ୍ରଭାବିତ ନ କରିବାକୁ ସେ ସମସ୍ତ ଜିନିଷର ବ୍ରାଣ୍ଡକୁ ଅନୁରୋଧ କରିଛନ୍ତି ।

କଙ୍ଗନାଙ୍କ ଏହି ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି କଙ୍ଗନା । ତେବେ ସେ ପରିବର୍ତ୍ତିତ ପ୍ରସଙ୍ଗ('କନ୍ୟାଦାନ'କୁ 'କନ୍ୟାମାନ')'କନ୍ୟାଦାନ'କୁ 'କନ୍ୟାମାନ'କୁ ସମର୍ଥନ ଜଣାଇଛନ୍ତି । ସମାଜରେ କିଛିଟା ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏବଂ ଏହି ବ୍ରାଣ୍ଡର ଅଂଶ ହୋଇଥିବାରୁ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି ଆଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.