ମୁମ୍ବାଇ: କ୍ୟୁଟ ଆଲିୟା ଭଟ୍ଟ ଦୀର୍ଘ ସମୟରୁ ନିଜର ବହୁପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଖୁବ୍ୟ ବ୍ୟସ୍ତ । କିନ୍ତୁ ବ୍ୟସ୍ତବହୁଳତା ଜୀବନରୁ ଫୁରସତ ପାଇଁ ସେ ଭଉଣୀ ସାହୀନ ଭଟ୍ଟଙ୍କ ପାଇଁ ଏକ ଭାବବିହ୍ବଳ ଚିଠି ଲେଖିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ତାଙ୍କ ଭଉଣୀ ସାହୀନଙ୍କ 31ତମ ଜନ୍ମଦିନ । ଏହି ଅବସରରେ ସେ ସାହୀନଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ନୋଟ ଲେଖିବା ସହ ଆଲିୟା ଭଉଣୀଙ୍କ ସହ ପିଲା ବେଳର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । କିନ୍ତୁ ଆଲିୟାଙ୍କ ନୋଟ ପଢି ଭାବୁକ ହୋଇଯାଇଛନ୍ତି ସାହୀନ । ନୋଟରେ ଆଲିୟା ଭଉଣୀଙ୍କ ଲେଖନୀ ଶୈଳୀର ଖୁବ୍ ପ୍ରଶଂସା କରିଛନ୍ତି ।
ଆଉ ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ବାରମ୍ବାର ଫଟୋର କ୍ୟାପସନ ଲେଖିବାକୁ ଚେଷ୍ଟା କରୁଛି, ପୁଣି ଡିଲିଟ କରୁଛି । କାରଣ ମୁଁ ତାଙ୍କ ପରି ଭଲ ରାଇଟର ନୁହେଁ । ଆମେ ଦୁଇଜଣ ପରସ୍ପର ସହ ଯେଉଁ ଭାଷାରେ କଥାବାର୍ତ୍ତା କରୁ, ତାର କୌଣସି ଅର୍ଥ ନଥାଏ । ସେହିପରି ଆମ ଦୁଇଜଣଙ୍କ ସମ୍ପର୍କ । ଯାହାକୁ କେବଳ ଅନୁଭବ କରାଯାଇ ପାରିବ । ଯେପର୍ଯ୍ୟନ୍ତ ଆମ ଶରୀର ଅଛି ଆମେ ପରସ୍ପର ସହ ରହିଥିବୁ ।’
ଅନ୍ୟପଟେ ନୋଟ ପଢି ଭାବୁକ ହୋଇଯାଇଥିବା ସାହୀନ କମେଣ୍ଟରେ ଲେଖିଛନ୍ତି, ସକାଳୁ ସକାଳୁ କନ୍ଦେଇବା ପାଇଁ ଧନ୍ୟବାଦ ।’ ପ୍ରକାଶ ଥାଉକି ସାହୀନ ଜଣେ ଲେଖିକା । ସେ ଫିଲ୍ମ ‘ଜହର’ ଏବଂ ‘ଜିସ୍ମ-2’ ପାଇଁ ସ୍କ୍ରିପ୍ଟ ଲେଖିଥିଲେ । ଏହାସହ ସେ ଫିଲ୍ମ ‘ରାଜ୍ 3’ର ସହ-ନିର୍ଦ୍ଦେଶିକା ମଧ୍ୟ ।