ETV Bharat / sitara

ଭାଇଜାନ ଓ ଭନସାଲୀଙ୍କ ଚକ୍କରରେ ଫସିଲେ ଆଲିୟା

ଆଲିୟାଙ୍କୁ ବଡ ଝଟକା । ‘ଇନଶାଆଲ୍ଲା’ ପାଇଁ ଅନେକ ଫିଲ୍ମ ହାତ ଛଡା କରି ନିରାଶ ଆଲିୟା ।

author img

By

Published : Aug 31, 2019, 2:44 AM IST

ଡିଜାଇନ ଫଟୋ

ମୁମ୍ବାଇ: ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କୁ ଛାଡି ଦୀର୍ଘ ସମୟ ପରେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ନିଜର ଆଗାମୀ ପ୍ରୋଜେକ୍ଟରେ ନୂଆ ଚେହେରାକୁ କାଷ୍ଟ କରିବାକୁ ଖବର ବର୍ତ୍ତମାନ ଚର୍ଚ୍ଚାରେ । ସେ ଭାଇଜାନ ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କୁ ନେଇ ଫିଲ୍ମ ‘ଇନଶାଆଲ୍ଲା’ ନିର୍ମାଣ କରିବାକୁ ଯାଉଥିଲେ ।

ଯାହାର ଚର୍ଚ୍ଚା ଅନେକ ଦିନରୁ ଜୋର ଧରିଛି । ଦର୍ଶକଙ୍କ ମଧ୍ୟ ଆଲିୟାଙ୍କ ସହ ସଲମାନଙ୍କ ରୋମାନ୍ସ ଦେଖିବାକୁ ନେଇ ଥିଲେ ଖୁବ୍ ଏକ୍ସସାଇଟେଡ । ସେହିପରି ଆଲିୟା ଓ ସଲମାନ ଏହି ଫିଲ୍ମର ସୁଟିଂ ସେପ୍ଟେମ୍ବରରେ ଆରମ୍ଭ କରିଥାଆନ୍ତେ ।

କିନ୍ତୁ ଫିଲ୍ମକୁ ନେଇ କିଛି ସମସ୍ୟା ଦେଖାଦେବାରୁ ଫିଲ୍ମର ସୁଟିଂ କେବେ ହେବ ତାହା ଜଣାନାହିଁ । ସଲମାନ ଯେଉଁଠାରେ ଟ୍ବିଟ କରି ଫିଲ୍ମ ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । ସେହିଠାରେ ସଞ୍ଜୟଙ୍କ ପ୍ରଡକ୍ସନ ହାଉସ ସ୍ପଷ୍ଟ କରିଦେଇଛି ଯେ ବର୍ତ୍ତମାନ ପାଇଁ ଫିଲ୍ମର ସୁଟିଂ ବନ୍ଦ କରିଦିଆଯାଇଛି ।

ଏହି ନିଷ୍ପତ୍ତି ପରେ ସଲମାନ ନିଜର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ହୋଇଯାଇଥିବା ବେଳେ ଆଲିୟାଙ୍କୁ ସବୁଠାରୁ ବଡ କ୍ଷତି ସହିବାକୁ ପଡିଛି । କାରଣ ଆଲିୟା, ସଲମାନଙ୍କ ହିରୋଇନ ହେବା ପାଇଁ ଅନେକ ଫିଲ୍ମକୁ ରିଜେକ୍ଟ କରିଦେଇଛନ୍ତି ।

ସବୁଠାରୁ ବଡ କଥା ହେଲା କି ଆଲିୟାଙ୍କୁ ବି-ଟାଉନର ମିଷ୍ଟର ପରଫକ୍ସନିଷ୍ଟ ଆମୀର ଖାନଙ୍କ ସହ ଗୋଟିଏ ଫିଲ୍ମ ଅଫର ହୋଇଥିଲା । ‘ଇନଶାଆଲ୍ଲା’ ପାଇଁ ଆଲିୟା ଏଫିଲ୍ମକୁ ମଧ୍ୟ ହାତ ଛଡା କରିଦେଇଥିଲେ । ଯାହାକୁ ନେଇ ଏବେ ଅପସେଟ କ୍ୟୁଟ ଆଲିୟା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.