ETV Bharat / sitara

ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ଆଲିୟା

author img

By

Published : Mar 1, 2021, 8:43 AM IST

ଜାରି ହେଲା ‘ଗଙ୍ଗୁବାଇ କାଠିଆୱାଡି’ର ନୂଆ ପୋଷ୍ଟର । ଯାହାକୁ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆଲିୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ବର୍ତ୍ତମାନ ନିଜର ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଉତ୍ସାହିତ । ନିକଟରେ ଫିଲ୍ମର ଜବରଦସ୍ତ ଟିଜର ରିଲିଜ କରାଯାଇଥିଲା । ଆଉ ଏଥିରେ ଆଲିୟାଙ୍କ ଅଭିନୟ ଦେଖି ସମସ୍ତେ ଦିୱାନା ହୋଇଯାଇଛନ୍ତି । ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ଖାଲି ଏତିକି ନୁହେଁ ଅନେକ ୟୁଜର୍ସ ଟିଜରର କ୍ଲିପରେ ମିମି ମଧ୍ୟ ତିଆରି କରି ଖୁବ୍ ଭାଇରାଲ କରିଛନ୍ତି ।

ସେପଟେ ଆଲିୟା ମଧ୍ୟ ଏହା ଦେଖି ଖୁବ୍ ଗର୍ବିତ ଅନୁଭବ କରୁଛନ୍ତି । ଆଉ ପ୍ରଶଂସକଙ୍କଠୁ ଏତେ ସ୍ନେହ ଓ ପ୍ରେମ ପାଇ ତାଙ୍କ ଖୁସି ନକହିଲେ ସରେ । ଫିଲ୍ମର ନୂଆ ପୋଷ୍ଟର ଜାରି କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ ।

ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆପଣ ସମସ୍ତେ ଗଙ୍ଗୁକୁ ଏତେ ପ୍ରେମ ଦେଲେ ଯାହା ପାଇଁ ମୁଁ ଧନ୍ୟବାଦ ଜଣାଉଛି । #ଗଙ୍ଗୁବାଇ କାଠିଆୱାଡି।’

ପ୍ରକାଶ ଥାଉକି ‘ଗଙ୍ଗୁବାଇ କାଠିଆୱାଡି’ରେ ଆଲିୟାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ । ସେ ଜଣେ ରୂପଜୀବୀ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର କାହାଣୀ ହୁସୈନ ଜୈଦୀଙ୍କ ବହି ‘ମାଫିଆ କୁଇନ’କୁ ନେଇ ଆଧାରିତ । ଆଲିୟାଙ୍କ ସହ ଫିଲ୍ମରେ ଭିଲେନ ଅବତାରରେ ନଜର ଆସିବେ ବି-ଟାଉନର ସିଂଘମ ଅଜୟ ଦେବଗନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.