ETV Bharat / sitara

ବିବାଦରେ ଆଲିୟାଙ୍କ ‘ପ୍ରାଡା’ ସଙ୍ଗ, ପାକ୍ ମିଡିଆର ଅଭିଯୋଗ

ଅଗଷ୍ଟ 12ରେ ରିଲିଜ ହୋଇଥବା ମ୍ୟୁଜିକାଲ ଭିଡିଓ ‘ପ୍ରାଡା’ ବର୍ତ୍ତମାନ ବିବାଦରେ । ଗୀତ ଚୋରି ଅଭିଯୋଗ ଆଣିଛି ପାକ୍ ମିଡିଆ ।

author img

By

Published : Aug 29, 2019, 1:21 AM IST

ଫଟୋ ସୌଜନ୍ୟ: ଟ୍ବିଟର@ଆଲିୟା ଭଟ୍ଟ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା କ୍ୟୁଟ ଆଲିୟା ଭଟ୍ଟଙ୍କ ଡେବ୍ୟୁ ମ୍ୟୁଜିକାଲ ଭିଡିଓ ‘ପ୍ରାଡା’ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । କିନ୍ତୁ ଏହି ମ୍ୟୁଜିକ ଭିଡିଓଟି ଏବେ ସମସ୍ୟା ଘେରରେ । ଗୀତର ନିର୍ମାତା ‘ଦ ଦୁରବିନ’ଙ୍କ ନାମରେ ପାକିସ୍ତାନ ମିଡିଆ ଗୀତ ଚୋରି ଅଭିଯୋଗ ଆଣିଛି ।

ପ୍ରକାଶ ଥାଉକି ଆଲିୟାଙ୍କ ‘ପ୍ରାଡା’ ଗୀତଟି ପାକିସ୍ତାନର 90 ଦଶକର ପପୁଲାର ଗୀତ ‘ଗୋରେ ରଙ୍ଗ କା ଜମାନା’ ସହ ଖୁବ୍ ମିଶୁଛି । ଏହି ଗୀତଟିକୁ ଲେଖିଥିଲେ ସୋହେବ ମନସୁର ଆଉ ଗୀତଟି ‘ଭିଟାଲ ସାଇନ୍ସ ଭଲିୟ୍ୟୁମ 1’ ଟାଇଟଲରେ ରିଲିଜ ହୋଇଥିଲା ।

  • " class="align-text-top noRightClick twitterSection" data="">

ଗୀତ ଚୋରି କରିବା ଅଭିଯୋଗ ପରେ ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଜର୍ସ ଅନେକ କମେଣ୍ଟ କରିବାରେ ଲାଗିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି, ଅରିଜନାଲ ଗୀତରୁ ଚୋରି କରି ହିଟ୍ ହୋଇଛି । କିନ୍ତୁ କ୍ରେଡିଟ ଦେବାକୁ ଭୁଲି ଯାଇଛି । ଲଜ୍ୟା ଆସିବା କଥା ।

ଅନ୍ୟପଟେ ଅଗଷ୍ଟ 12ରେ ରିଲିଜ ହୋଇଥିବା ‘ପ୍ରାଡା’ ଗୀତଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇସାରିଛି । ୟୁଟ୍ୟୁବରେ ଗୀତକୁ 21 ମିଲିୟନ ଭିୟୁ ମଧ୍ୟ ମିଳିଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.