ETV Bharat / sitara

ଫେବୃଆରୀରେ ରିଲିଜ ହେବ ଗଙ୍ଗୁବାଇ କାଠିଆୱାଡି

author img

By

Published : Jan 28, 2022, 3:34 PM IST

ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡି 2022 ଫେବୃଆରୀ 25ରେ ମୁକ୍ତିଲାଭ କରିବ। ଅଧିକ ପଢନ୍ତୁ

ଫେବୃଆରୀରେ ରିଲିଜ ହେବ ଆଲିଆ ଭଟ୍ଟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡିର ନୂଆ ରିଲିଜ୍ ତାରିଖ ସାମ୍ନାକୁ ଆସିଛି। 2022 ଜାନୁୟାରୀ 6ରେ ଫିଲ୍ମ ରିଲିଜ ହେବ ବୋଲି ନିର୍ମାତାମାନେ ଘୋଷଣା କରିଥିଲେ । ପରେ ସଞ୍ଜୟ ଲୀଲା ବଂଶାଲୀଙ୍କ ପ୍ରଡକ୍ସନ୍ ହାଉସ୍ ବ୍ୟାନରରେ ନିର୍ମିତ ଗଙ୍ଗୁବାଇ କାଠିଆୱାଡି ରିଲିଜ୍ ତାରିଖକୁ 18 ଫେବୃଆରୀକୁ ସ୍ଥାନାନ୍ତର କରାଯାଇଥିଲା।

ଏହାପୂର୍ବରୁ, ଚଳଚ୍ଚିତ୍ରଟି 2021 ଜୁଲାଇ 30 ରେ ପ୍ରେକ୍ଷାଳୟକୁ ଆସିବାର ଥିଲା, କିନ୍ତୁ କୋରୋନା ହେତୁ ଏହାର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଗଙ୍ଗୁବାଇ କାଠିଆୱାଡି 2022 ଫେବୃଆରୀ 25ରେ ମୁକ୍ତିଲାଭ କରିବ। ଏହାର ଗୋଟିଏ ଦିନ ପୂର୍ବରୁ, 24 ଫେବୃଆରୀରେ ସଞ୍ଜୟଙ୍କ ଜନ୍ମଦିନ ।

  • " class="align-text-top noRightClick twitterSection" data="">

ପ୍ରଶଂସକମାନେ ଦୀର୍ଘ ସମୟ ଧରି ଏହି ଚଳଚ୍ଚିତ୍ରର ରିଲିଜକୁ ଅପେକ୍ଷା କରିଥିବାବେଳେ ବର୍ତ୍ତମାନ ଏହି ଅପେକ୍ଷା ଶେଷ ହେବାକୁ ଯାଉଛି । ଚଳଚ୍ଚିତ୍ରର ସୁଟିଂ 2019 ରେ ଆରମ୍ଭ ହୋଇଥିଲା । କିନ୍ତୁ କରୋନା ଭାଇରସ୍ ଫିଲ୍ମର ସୁଟିଂ ଉପରେ ପ୍ରଭାବ ପକାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କାମ ବନ୍ଦ ହୋଇରହିଥିଲା । ଏହି କାରଣରୁ ବଂଶାଲୀ 15 କୋଟି ଟଙ୍କା କ୍ଷତି ସହିଛନ୍ତି।

ତେବେ ଫିଲ୍ମରେ ଆପଣ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ । ଯେଉଁଥିରେ ସେ ଗଙ୍ଗୁବାଇ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କ ଲୁକ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମରେ ଆପଣ ଆଲିଆ ଭଟ୍ଟଙ୍କ ଛଡା ଶାନ୍ତନୁ ମହେଶ୍ବରୀ ଏବଂ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.