ମୁମ୍ବାଇ: ଏହି ସମୟରେ ବରୁଣ ଧୱନ ଓ ଆଲିୟା ଭଟ୍ଟ ନିଜର ଅପକମିଂ ଫିଲ୍ମ 'କଲଙ୍କ'ର ପ୍ରମୋଶନରେ ଖୁବ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଏହି ମଲ୍ଟି ଷ୍ଟାରର ଫିଲ୍ମଟିକୁ ନିର୍ମାଣ କରିଛନ୍ତି କରନ ଜୋହର । ଇତିମଧ୍ୟରେ ବରୁଣଙ୍କ ସହ କାମ କରିବାକୁ ନେଇ ମୁହଁ ଖୋଲିଛନ୍ତି ଆଲିୟା । ସେ କହିଛନ୍ତି କି ବରୁଣଙ୍କ ସହ କାମ କରିବାରେ ତାଙ୍କୁ ସେପରେଶନ ଏଞ୍ଜାଇଟି ଅର୍ଥାତ୍ ଅଲଗା ହେବାର ଡର ଲାଗି ରହିଥାଏ ।
ନିକଟରେ ବରୁଣ ଓ ଆଲିୟା ପରସ୍ପର ସହ କାମ କରିବାକୁ ନେଇ ନିଜ ନିଜର ଅନୁଭବ ସେୟାର କରିଥିଲେ । ବରୁଣ କହିଥିଲେ କି ଯେବେ ମଧ୍ୟ କୌଣସି ଫିଲ୍ମ ସେଟରେ ଆଲିୟାଙ୍କ ସହ କନେକ୍ଟ ହୋଇଛନ୍ତି, ତେବେ ତାଙ୍କ କନେକ୍ଟିଭିଟିର ଫଳାଫଳ ଅନ-ସ୍କ୍ରିନରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଥାଏ । ଅନ୍ୟପଟେ ଆଲିୟା କହିଥିଲେ କି ତାଙ୍କ ଅନ-ସ୍କ୍ରିନ ପେୟାରିଂର କ୍ରେଡିଟ ଦୁଇଜଣ ନେଇପାରିବେ ନାହିଁ । କାହଣୀ ଏବଂ ନିର୍ଦ୍ଦେଶକଙ୍କ ଭିଜନ ପାଇଁ ପରଦାରେ ଦୁଇଜଣଙ୍କ ପରଫର୍ମନ୍ସ ଶାନଦାର ହୋଇପାରୁଛି ।
ଏହାସହ ସେ ଆହୁରି ଖୁଲାସା କରିଥିଲେ କି ବରୁଣଙ୍କ ସହ କାମ କରିବାରେ ତାଙ୍କୁ ସେପରେଶନ ଏଞ୍ଜାଇଟି ହୋଇଥାଏ । ତାଙ୍କ ସହ କାମ କରିବାକୁ ତାଙ୍କୁ ସବୁବେଳେ ଏହି ଡର ହୋଇଥାଏ କି ପୁଣି କେବେ ଦୁଇଜଣଙ୍କୁ ଏକାଠି କାମ କରିବାର ସୁଯୋଗ ମିଳିବ । ଏହି ଡରଟି ତାଙ୍କର ଏକ ସପ୍ତାହରୁ ନେଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । କାରଣ ଦୁଇ, ତିନି ସପ୍ତାହ ପରେ ପୁଣି ଦୁଇଜଣ ଏକାଠି କାମ କରିବାର ଆରମ୍ଭ କରିଦେଇଥାଆନ୍ତି ।
ଦୁଇଜଣଙ୍କ କେମେଷ୍ଟ୍ରି ପରଦାରେ ଫ୍ୟାନ୍ସଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥାଏ । ଦୁଇଜଣଙ୍କ ସବୁ ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥାଏ । ଯଦି 'କଲଙ୍କ' ଫିଲ୍ମ ବିଷୟରେ କଥା ହେବା ତେବେ ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି 1940ର ପିରିୟଡ ଡ୍ରାମା ଉପରେ ଆଧାରିତ ।