ETV Bharat / sitara

ବିବାହ କରିସାରିଛନ୍ତି ରଣବୀର-ଆଲିଆ !

author img

By

Published : Feb 12, 2022, 7:10 AM IST

ଲଭ ବାର୍ଡ ଆଲିଆ-ରଣବୀର କରିସାରିଛନ୍ତି ବିବାହ। ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ପ୍ରମୋସନ ସମୟରେ ଆଲିଆ ଭଟ୍ଟ ନିଜେ ଏହାର ଖୁଲାସା କରିଛନ୍ତି। ଅଧିକ ପଢନ୍ତୁ

ଲଭ ବାର୍ଡ ଆଲିଆ-ରଣବୀର କରିସାରିଛନ୍ତି ବିବାହ
ଲଭ ବାର୍ଡ ଆଲିଆ-ରଣବୀର କରିସାରିଛନ୍ତି ବିବାହ

ହାଇଦ୍ରାବାଦ: ବଲିଉଡର ଲଭ ବାର୍ଡ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାଲିଛି ଜୋରସୋର ଚର୍ଚ୍ଚା । ଏହି ଲଭବାର୍ଡଙ୍କ ପ୍ରଶଂସକମାନେ ଦୀର୍ଘ ସମୟ ଧରି ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଥିଲେ । ଉଭୟ ବର୍ତ୍ତମାନ ସର୍ବସାଧାରଣରେ ସେମାନଙ୍କର ବିବାହ ଗୁମର ଖୋଲିଛନ୍ତି, ଯେଉଁଥିପାଇଁ ପ୍ରଶଂସକମାନେ ଅଧିକ ଉତ୍ସାହିତ ହୋଇଯାଇଛନ୍ତି । ବିବାହକୁ ନେଇ ରଣବୀର କପୁର ପୂର୍ବରୁ ନିଜର ମତ ରଖିଥିଲେ । ବର୍ତ୍ତମାନ ଆଲିଆ ଏହାର ଖୁଲାସା କରିଛନ୍ତି, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଆଲିଆ-ରଣବୀର ଚୁପଚାପ ବିବାହ କରିଛନ୍ତି ?

ଏହା ବି ପଢନ୍ତୁ: Gagngubai Kathiawadi Trailer Release: ଆଲିଆଙ୍କ ଜବରଦସ୍ତ ଅନ୍ଦାଜରେ ଦର୍ଶକ ଫିଦା

ବର୍ତ୍ତମାନ ଆଲିଆ ତାଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ଟିଜର, ଟ୍ରେଲର ଏବଂ ଫିଲ୍ମର ପ୍ରଥମ ଗୀତ ଢୋଲିଦାରେ ଆଲିଆଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି। ଆଲିଆଙ୍କ ଫ୍ୟାନ୍ସ ବର୍ତ୍ତମାନ ତାଙ୍କ ଫିଲ୍ମକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ଫେବୃଆରୀ 24ରେ ରିଲିଜ ହେବ। ଏହି ପରିପ୍ରେକ୍ଷୀରେ, ଫିଲ୍ମର ପ୍ରମୋସନ ସମୟରେ ଆଲିଆ ରଣବୀରଙ୍କ ସହ ତାଙ୍କ ବିବାହ ବିଷୟରେ ସବୁକିଛି ଖୋଲାଖୋଲି ଭାବେ କହିଛନ୍ତି।

ଏହା ବି ପଢନ୍ତୁ: Gangubai Kathiawadiର ପ୍ରମୋସନ କଲେ ରଣବୀର, ଆଲିଆ କହିଲେ Best Boyfriend Ever

ଏକ ଗଣମାଧ୍ୟମକୁ ଦିଆଯାଇଥିବା ସାକ୍ଷାତକାରରେ ଆଲିଆ ପ୍ରେମିକ ରଣବୀରଙ୍କୁ ସବୁଜ ସଙ୍କେତ ଦେଇଛନ୍ତି। ଯେଉଁଥିରେ ରଣବୀର ଏକ ସାକ୍ଷାତକାରରେ କହିଛନ୍ତି, ଲକଡାଉନ୍ ହେତୁ ବିବାହ ବିଷୟରେ କହିଥିଲେ। ଏହାପରେ ଆଲିଆ କହିଛନ୍ତି, ରଣବୀରଙ୍କ କଥା ଭୁଲ୍ ନୁହେଁ। କାରଣ ରଣବୀରଙ୍କୁ ହୃଦୟ ଏବଂ ମନରୁ ବିବାହ କରିସାରିଛି ବୋଲି ଆଲିଆ କହିଛନ୍ତି। ଆଲିଆ ଆହୁରି କହିଛନ୍ତି ଯେ ଯେତେବେଳେ ବି ସେ ବିବାହ କରିବେ, ଏହା ବହୁତ ଶାନଦାର ଏବଂ ସୁନ୍ଦର ଢଙ୍ଗରେ ହେବ ।

ଏହା ବି ପଢନ୍ତୁ: ଏଠାରେ ସାତଜନ୍ମର ସାଥୀ ହେବେ ରଣବୀର-ଆଲିଆ ଯେଉଁଠି ବିବାହ ମନସ୍ଥ କରିଥିଲେ କ୍ୟାଟ୍ରିନା !

ତେବେ ଦୀର୍ଘ ଦିନର ସମ୍ପର୍କ ଏବେ ବିବାହର ନାଁ ନେବାକୁ ଯାଉଛି । ଖୁବ୍ ଶୀଘ୍ର ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ଦୁହିଁଙ୍କ ପରିବାରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଖବର ମୁତାବକ, ଦୁହେଁ ଆସନ୍ତା ଏପ୍ରିଲରେ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ୨୦୨୧ ରେ ହିଁ ବିବାହ କରିଥାନ୍ତେ କିନ୍ତୁ କୋରୋନା ସହ କିଛି ବ୍ୟକ୍ତିଗତ କାରଣରୁ ବିବାହକୁ ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.