ETV Bharat / sitara

ପ୍ରିୟଙ୍କାଙ୍କ ଠୁ ବାଜି ମାରି ନେଲେ ଆଲିୟା

ସଞ୍ଜୟଙ୍କ ‘ଇନଶାଲ୍ହା’ରେ ନୁହେଁ ‘ଗଙ୍ଗୁବାଇ’ରେ ଅଭିନୟ କରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ପ୍ରଥମେ ଏହି ଫିଲ୍ମରେ ନଜର ଆସିଥାଆନ୍ତେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ।

author img

By

Published : Sep 23, 2019, 10:55 PM IST

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡକୁ ‘ରାଜି’ ଭଳି ହିଟ୍ ଫିଲ୍ମ ଦେଇସାରିଥିବା କ୍ୟୁଟ ଆଲିୟା ଭଟ୍ଟ ଏବେ ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ମେକର୍ସଙ୍କ ପ୍ରଥମ ପସନ୍ଦ ଆଲିୟା ସାଜିଛନ୍ତି । ଆଉ ସେ ଖୁବଶୀଘ୍ର ‘ଉମରାଓ ଜାନ’ ଅବତାରରେ ନଜର ଆସିବେ । ରେଖାଙ୍କ ‘ଉମରାଓ ଜାନ’ ଅନ୍ଦାଜ ଦର୍ଶକଙ୍କ ଖୁବ ମନ କିଣିଥିଲା । ଆଜି ମଧ୍ୟ ରେଖାଙ୍କ ସେହି ଅନ୍ଦାଜ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି । ତେବେ କଣ ରେଖାଙ୍କ ରାସ୍ତାରେ ଆଲିୟା ବାହାରିଛନ୍ତି ?

ଖାଲି ଏତିକି ନୁହେଁ ଆଲିୟା ପରଦାରେ ଚନ୍ଦ୍ରମୁଖୀ ଲୁକରେ ମଧ୍ୟ ନଜର ଆସିପାରନ୍ତି । ସେହିପରି ସେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ’ ଭୂମିକାରେ ମଧ୍ୟ ଅଭିନୟ କରିପାରନ୍ତି । ବର୍ତ୍ତମାନ ଆଲିୟାଙ୍କୁ ନେଇ ଏସବୁ ଖବର ଜୋର ଧରିଛି । ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ଯେ ସେ ପ୍ରଥମେ ଆଲିୟାଙ୍କୁ କେଉଁ ଭୂମିକାରେ ଦେଖିବେ ।

ଯଦି ସଞ୍ଜୟଙ୍କ ‘ଗଙ୍ଗୁବାଇ’ ଫିଲ୍ମ ବିଷୟରେ କଥା ହେବା ତେବେ ଏହା ଜଣେ ଦେହଜୀବୀ ମହିଳାଙ୍କ କାହାଣୀକୁ ନେଇ ଆଧାରିତ ହେବ । ଯିଏ କାମାଠୀପୁରାରେ ବୈଶ୍ୟାଳୟ ଚାଲାଉଥିଲେ । କିନ୍ତୁ ଲୋକେ ତାଙ୍କୁ ଦେବୀ ରୂପେ ପୂଜା କରୁଥିଲେ ।

ସଞ୍ଜୟ ଏହି ଫିଲ୍ମରେ ପ୍ରଥମେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରିବାର ଚର୍ଚ୍ଚା ଥିଲା । କିନ୍ତୁ ପ୍ରିୟଙ୍କାଙ୍କ ହାତରୁ ଆଲିୟା ଏହି ଫିଲ୍ମ ଛଡାଇ ନେଇଛନ୍ତି । ପ୍ରିୟଙ୍କାଙ୍କ ସ୍ଥାନରେ ଗଙ୍ଗୁବାଇ ଭୂମିକାରେ ଏବେ ଅଭିନୟ କରିବେ ଆଲିୟା ।

ପ୍ରକାଶ ଥାଉକି ସେହିପରି କିଛି ଦିନ ହେ ସଞ୍ଜୟଙ୍କ ଆଉ ଏକ ବିଗ ବଜେଟ ଫିଲ୍ମ ‘ଇନଶାଲ୍ହା’ରେ ସଲମାନ ଖାନଙ୍କ ସହ ଆଲିୟା ନଜର ଆସିଥାଆନ୍ତେ । କିନ୍ତୁ ଫିଲ୍ମରୁ ସଲମାନ ବାହାରିବା ପରେ ଏବେ ‘ଇନଶାଲ୍ହା’ ନିର୍ମାଣ କରିବେ ନାହିଁ ସଞ୍ଜୟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.