ମୁମ୍ବାଇ: ଆଲିୟା ଭଟ୍ଟ ଓ ରଣବୀର କପୁର ବର୍ତ୍ତମାନ ନିଜ ଲଭଲାଇଫକୁ ଖୁଲମଖୁଲା ଏନଜୟ କରୁଛନ୍ତି । ଶୁକ୍ରବାର ଦୁଇଜଣ ଏକାଠି ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଏଣ୍ଡଗେମ ଦେଖିବାକୁ ଯାଇଥିବାର ନଜର ଆସିଥିଲେ । ଦୁଇଜଣ ପରସ୍ପର ପାଇଁ ସିରିୟସ ଅଛନ୍ତି ବୋଲି ସବୁବେଳେ ଶୁଣିବାକୁ ମିଳୁଛି । ତେବେ ପ୍ରେମରେ ଅଛନ୍ତି ସତ କିନ୍ତୁ ଦୁଇଜଣ ଶୀଘ୍ର ବିବାହ କରିବେ ନାହିଁ ବୋଲି ଏକ ସାକ୍ଷାତକାରରେ କହିଥିଲେ ।
ଅନ୍ୟପଟେ ରଣବୀରଙ୍କ ପରିବାର ମଧ୍ୟ ଆଲିୟାଙ୍କୁ ଖୁବ୍ ପସନ୍ଦ କରୁଛନ୍ତି । ସେ ଏବେ ଠାରୁ ତାଙ୍କୁ ବୋହୂ ପରି ଦେଖିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସବୁଠାରୁ ବେଶୀ ରଣବୀରଙ୍କ ମାଆ ଅର୍ଥାତ୍ ଅଭିନେତ୍ରୀ ନୀତୁ ସିଂହ ଆଲିୟାଙ୍କୁ ଖୁବ୍ ପସନ୍ଦ କରନ୍ତି । ପୁରା କପୁର ପରିବାର ଆଲିୟାଙ୍କୁ ନିଜ ପରିବାର ଅଂଶ ମାନିସାରିଲେଣି । ଆଉ ବାକି ରହିଲା ଦୁଇଜଣଙ୍କ ବିବାହ ।
ପ୍ରକାଶ ଥାଉକି ଏହା ପୂର୍ବରୁ ରଣବୀରଙ୍କ ଗର୍ଲଫ୍ରେଣ୍ଡ ରହିସାରିଥିବା ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଦୀପିକା ପାଦୁକୋନଙ୍କୁ କପୁର ଫ୍ୟାମିଲି ଆଦୌ ପସନ୍ଦ କରୁନଥିଲେ । ନିକଟରେ ଆଲିୟାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା କି ନୀତୁ ଆପଣଙ୍କୁ କାହିଁକି ଏତେ ପସନ୍ଦ କରୁଛନ୍ତି । ଏହାର ଜବାବରେ ଆଲିୟା କହିଥିଲେ କି ଏହା ବିଷୟରେ ସେ କେମିତି ଜାଣିବେ କି କାହିଁକି ତାଙ୍କୁ ସେ ଏତେ ପସନ୍ଦ କରୁଛନ୍ତି । ଆପଣଙ୍କୁ ଏହି ପ୍ରଶ୍ନ ତାଙ୍କୁ କରିବାର କଥା ଯାହାର ଉତ୍ତର ସେ ସଠିକ୍ ଭାବେ ଦେଇପାରିବେ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ନୀତୁ ପ୍ରାୟତଃ ରଣବୀର ଓ ଆଲିୟାଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିବାର ନଜର ଆସିଥାଆନ୍ତି ।