ମୁମ୍ବାଇ: ଆଜି 35 ବର୍ଷରେ ପାଦ ଥାପିଛନ୍ତି ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ । 1985 ଜାନୁଆରୀରେ ଜନ୍ମିତ ହୋଇଥିବା ଦୀପିକା ଆଜି ବଲିଉଡର ସୁପରଷ୍ଟାରଙ୍କ ମଧ୍ୟରେ ଅନ୍ୟତମ । ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ କରୁଛନ୍ତି ଦିୱାନା । ତାଙ୍କ ଜନ୍ମଦିନକୁ ଖାସ୍ କରିବା ପାଇଁ ଫ୍ୟାନ୍ସଙ୍କୁ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ସୋସିଆଲ ମିଡିଆରେ ଜଣାଇବାରେ ଲାଗିଛନ୍ତି ଶୁଭେଚ୍ଛା । ଏହି କ୍ରମରେ ସାମିଲ ଅଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ କ୍ୟାଟ୍ରିନା କୈଫ, ଆଲିୟା ଭଟ୍ଟ ଭଳି ସେଲିବ୍ରିଟି ।
- " class="align-text-top noRightClick twitterSection" data="
">
ପ୍ରଥମେ ଆଲିୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଦୀପିକାଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହାପି ବର୍ଥଡେ ଡିପି । ତୁମେ ସର୍ବଦା ନିଜ ସୈନ୍ଦର୍ଯ୍ୟ ଏବଂ ଆତ୍ମ ବିଶ୍ବାସ ଜରିଆରେ ସମସ୍ତଙ୍କୁ ପ୍ରେରଣା ଯୋଗାଉଛ । ଲଭ ୟୁ ।’
ସେପଟେ କ୍ୟାଟ୍ରିନା ଇନଷ୍ଟା ଷ୍ଟୋରିରେ ଦୀପିକାଙ୍କ ପାଇଁ ଲେଖିଛନ୍ତି, ‘ହାପି ବର୍ଥଡେ । ତୁମେ ଜୀବନରେ ଶାନ୍ତି ଏବଂ ସଫଳତା ଭରି ଯାଉ ।’
ଆଉ ପ୍ରଭାସ ଦୀପିକାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହାପି ବର୍ଥଡେ ସୁନ୍ଦରୀ ସୁପରଷ୍ଟାର ।’ ପ୍ରକାଶ ଥାଉକି ପ୍ରଥମଥର ଦୀପିକାଙ୍କ ସହ ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି ପ୍ରଭାସ । ଯାହାକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା । ଦୁଇ ସୁପରଷ୍ଟାରଙ୍କୁ ଏକାଠି ଦେଖିବାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।