ETV Bharat / sitara

ବାପାଙ୍କୁ ଭଟ୍ଟ ସିଷ୍ଟର୍ସଙ୍କ ବର୍ଥ ଡେ ୱିଶ

author img

By

Published : Sep 20, 2019, 2:44 PM IST

ପିତା ମହେଶ ଭଟ୍ଟଙ୍କ 71 ବର୍ଷ ଜନ୍ମଦିନ ଅବସରରେ ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ବାପାଙ୍କୁ ଭଟ୍ଟ ସିଷ୍ଟର୍ସଙ୍କ ବର୍ଥ ଡେ ୱିସ

ମୁମ୍ବାଇ: ସବୁବେଳେ ନିଜ ପରିବାରକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଇଥାଆନ୍ତି ଆଲିଆ ଭଟ୍ଟ । ସେ ଅନେକ ସମୟରେ ସୋସିଆଲ ମିଡିଆରେ ନିଜ ପିତାମାତାଙ୍କ ସହ ଫଟୋ ସେୟାର କରିଥାଆନ୍ତି । ଆଉ ଆଜି(ଶୁକ୍ରବାର) ପିତା ମହେଶ ଭଟ୍ଟଙ୍କ 71 ବର୍ଷ ଜନ୍ମ ଦିନ ଅବସରରେ ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ଆଲିଆ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମହେଶ ଭଟ୍ଟଙ୍କ ଜନ୍ମଦିନ ଅବସରରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ମହଶେ ଫୋନରେ ବ୍ୟସ୍ତ ଥିବାବେଳେ ଆଲିଆ ତାଙ୍କ ପାଖରେ ଏକ ଚେୟାରରେ ବସି ରହିଛନ୍ତି । ତେବେ ଏହି ଫଟୋ ଦେଖିଲେ ଲାଗୁଛି ଦୁହେଁ ଖାଇବା ଟେବୁଲରେ ବସିଛନ୍ତି ।

ଫଟୋ ସହ ଏହାର କ୍ୟାପ୍ସନରେ ଆଲିଆ ଲେଖିଛନ୍ତି, ''ମୁଁ ବିଗତ 26 ବର୍ଷରୁ ଆପଣଙ୍କୁ ଜାଣିଛି । ଆପଣ ଜଣେ ଭଲ ମଣିଷ । ସବୁଠାରୁ ବେଷ୍ଟ । ଏହାସହ ଆପଣ ଜଣେ ମଜାଳିଆ ବ୍ୟକ୍ତିତ୍ବ । ମୋତେ ଏହା ଲାଗୁଛି ଆପଣ ସୁପର ଟ୍ୟାଲେଣ୍ଟେଡ । ପ୍ରତିଦିନ ଆପଣ ମୋତେ ପ୍ରେରଣା ଯୋଗାଇଥାଆନ୍ତି । ଆଇ ଲଭ୍ ୟୁ ।''

alia bhatt and pooja bhatt wishes
ବାପାଙ୍କୁ ଭଟ୍ଟ ସିଷ୍ଟର୍ସଙ୍କ ବର୍ଥ ଡେ ୱିସ

ତେବେ ଆଲିଆଙ୍କ ସହ ପୂଜା ଭଟ୍ଟ ମଧ୍ୟ ପିତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ''ଏହାର ଆରମ୍ଭ ନାହିଁ ଏବଂ ଶେଷ ନାହିଁ । ଏଠାରେ କେବଳ ରହିଛି ଅସରନ୍ତି ଉତ୍ସାହ ।''

alia bhatt and pooja bhatt wishes
ବାପାଙ୍କୁ ଭଟ୍ଟ ସିଷ୍ଟର୍ସଙ୍କ ବର୍ଥ ଡେ ୱିସ

ଏଠାରେ ସୂଚନାଯୋଗ୍ୟ, ମହେଶ ଭଟ୍ଟ ନିଜର ଫିଲ୍ମ ସଡକର ସିକ୍ବେଲ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ପ୍ରଥମ ଥର ଝିଅ ଆଲିଆଙ୍କ ସହ କାମ କରିବେ । ଆଲିଆଙ୍କ ବ୍ୟତିତ ଏହି ଫିଲ୍ମରେ ପୂଜା ଭଟ୍ଟ, ସଞ୍ଜୟ ଦତ୍ତ ଏବଂ ଆଦିତ୍ୟ ରୟ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି 10 ଜୁଲାଇ 2020ରେ ବକ୍ସ ଅଫିସରେ ରିଲିଜ ହେବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.