ମୁମ୍ବାଇ: କରୋନାଭାଇରସ ଲକଡାଉନ ସମୟରେରେ କିଛି ବଲିଉଡ ସେଲିବ୍ରିଟି ରୋଷେଇ କରି ସମୟ କାଟୁଛନ୍ତି । ଏହି ସମୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ରୋଷେଇ କରିବାକୁ ଚେଷ୍ଟା କରୁଛନ୍ତି ।

ଆଲିଆ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଆଜି ରୋଷେଇ ଘରେ ବ୍ରେଡ ତିଆରି ଥିବାବେଳେ ଏବଂ ତାଙ୍କ ଭଉଣୀ ଶାହିନ ଏକ ଚକୋଲେଟ କେକ ତିଆରି କରିଥିଲେ । ଏହାର କ୍ୟାପସନରେ ଲେଖିଥିଲେ ଯେ, 'ଘରେ ରହି ଭଉଣୀଙ୍କ ସହ ଟିକେ "ୟମି କୁକିଙ୍ଗ" । ଏହି ଫଟୋକୁ ପ୍ରଶଂସକମାନେ ବହୁତ ଲାଇକ କରିଛନ୍ତି ।
ଆଜି, ଅଭିନେତା ବିକି କୈାଶଲ ମଧ୍ୟ ତାଙ୍କ ଘରର ପଙ୍ଖା ସଫା କରୁଥୁବାର ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ