ETV Bharat / sitara

ଏଥର ଜାହ୍ନବୀ ନୁହେଁ ଅନନ୍ୟାଙ୍କ ସହ ଈଶାନ !

‘ଧଡକ’ ଫିଲ୍ମରୁ ଲୋକପ୍ରିୟ ହୋଇଥିବା ଅଭିନେତା ଈଶାନ ଖଟ୍ଟର ଖୁବଶୀଘ୍ର ଅଲ୍ଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ‘କାଲି ପିଲି’ରେ ନଜର ଆସିବେ । ଆଉ ତାଙ୍କ ସହ ଜାହ୍ନବୀ କପୁର ନୁହେଁ ନବାଗତ ଅଭିନେତ୍ରୀ ଅନନ୍ୟା ରୋମାନ୍ସ କରୁଥିବାର ଦେଖାଯିବେ ।

author img

By

Published : Aug 26, 2019, 5:48 PM IST

ଡିଜାଇନ ଫଟୋ

ମୁମ୍ବାଇ: ଏବେ ବଲିଉଡରେ ନବାଗତ ଅଭିନେତା ଓ ଅଭିନେତ୍ରୀଙ୍କ ଫିଲ୍ମ ଖୁବ୍ ଦେଖିବାକୁ ମିଳୁଛି । ନିଜର ଡେବ୍ୟୁ ଫିଲ୍ମରୁ ଲୋକପ୍ରିୟ ହୋଇସାରିଥିବା ଦୁଇ ଚେହେରା ଏବେ ଏକାଠି ନଜର ଆସିବେ । ଆଜ୍ଞା ହଁ, ଆମେ ଏଠାରେ କଥା ହେଉଛୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଈଶାନ ଖଟ୍ଟରଙ୍କ ବିଷୟରେ । ଏହି ଯୋଡିଙ୍କୁ ପ୍ରଥମଥର ପପୁଲାର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫରଙ୍କ ଆଗାମୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ।

‘ଭାରତ’ ନିର୍ଦ୍ଦେଶ ଅଲ୍ଲୀଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ‘କାଲି ପିଲି’ ଫିଲ୍ମରେ ସାଇନ କରିସାରିଲେଣି ଈଶାନ ଓ ଅନନ୍ୟା । ଏହି ଫିଲ୍ମରେ ଦର୍ଶକ ଭିନ୍ନ ପ୍ରେମ କାହାଣୀ ଦେଖିବାକୁ ପାଇବେ ।

ପ୍ରକାଶ ଥାଉକି ଅନନ୍ୟା ବର୍ତ୍ତମାନ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସହ ଫିଲ୍ମ ‘ପତି ପତ୍ନି ଔର ୱୋ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ନଜର ଆସିବେ । ‘ପତି ପତ୍ନି ଔର ୱୋ’ ଫିଲ୍ମର ସୁଟିଂ ପାଇଁ ପୁରା ଟିମ ଲକ୍ଷ୍ନୌରେ ଅଛନ୍ତି । ଅନନ୍ୟା ଫିଲ୍ମର ଫାଷ୍ଟ ସିଡ୍ୟୁଲ ସୁଟିଂ ଆସନ୍ତା ମାସ ଶେଷ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଉତ୍ସାହିତ ସେ ।

ସେହିପରି ଶୁଣିବାକୁ ମିଳୁଛି ଯେ ‘କାଲି ପିଲି’ର ସୁଟିଂ ମଧ୍ୟ ଆସନ୍ତା ମାସରେ ଆରମ୍ଭ ହେବ । ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ସେପ୍ଟେମ୍ବର 15ରେ ମୁମ୍ବାଇରେ ହେବ । ଅନ୍ୟପଟେ ଈଶାନ ପୂର୍ବରୁ ଦୁଇଟି ଫିଲ୍ମ ‘ବିୟୋଣ୍ଡ ଦ କ୍ଲାଇଡ’ ଏବଂ ‘ଧଡକ’ ଫିଲ୍ମ କରି ନିଜ ଅଭିନୟର ପରିଚୟ ଦେଇସାରିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.