ETV Bharat / sitara

ଘୁଞ୍ଚିଲା ‘ବଚ୍ଚନ ପାଣ୍ଡେ’ ରିଲିଜ ତାରିଖ

ଆମୀର ଖାନଙ୍କ ପାଇଁ ନିଜ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ତାରିଖ ଘୁଞ୍ଚାଇଲେ ଅକ୍ଷୟ କୁମାର । ଏବର୍ଷ ଖ୍ରୀଷ୍ଟମାସରେ ନୁହେଁ ଆସନ୍ତା ବର୍ଷ ଜାନୁଆରୀ 21ରେ ରିଲିଜ ହେବ ଏହି ଫିଲ୍ମ । ଘୋଷଣା କଲେ ଅକ୍ଷୟ ।

author img

By

Published : Jan 27, 2020, 9:44 PM IST

akshay kumar
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’କୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ । ଏହି ଫିଲ୍ମରେ ଭିନ୍ନ ଅବତାରରେ ନଜର ଆସିବେ ଅକ୍ଷୟ । ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ‘ବଚ୍ଚନ ପାଣ୍ଡେ’ର ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଯାଇଛି । ଆସନ୍ତା ବର୍ଷ ଜାନୁଆରୀ 22ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏହି ଫିଲ୍ମ ଦେଖିବାକୁ ଅକ୍ଷୟ ଫ୍ୟାନ୍ସଙ୍କୁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ‘ବଚ୍ଚନ ପାଣ୍ଡେ’ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ସହ ଏବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ । ବକ୍ସ ଅଫିସରେ ଏହି ଦୁଇ ଫିଲ୍ମର ମୁହାଁମୁହିଁ ହୋଇଥାଆନ୍ତା । ହେଲେ ଆମୀରଙ୍କ ଅନୁରୋଧରେ ଅକ୍ଷୟ ଓ ଫିଲ୍ମର ପୁରା ଟିମ ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ।

ଏହି କଥାର ସୂଚନା ଆମୀର ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ନିଜ ଟ୍ବିଟରେ ଅକ୍ଷୟ କୁମାର ଓ ନିର୍ଦ୍ଦେଶକ, ପ୍ରଯୋଜକ ସାଜିଦ ନାଦିୟାଦୱାଲାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ପ୍ରକାଶ ଥାଉକି ଗତ ବର୍ଷ ଡିସେମ୍ବରରେ ରିଲିଜ ହୋଇଥିବା ଅକ୍ଷୟଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ ରିଲିଜ ହୋଇଥିଲା ।

ଯାହା 200 କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଛି । ଫିଲ୍ମରେ ଅକ୍ଷୟଙ୍କ ସହ କମେଡିର ତଡକା ଲଗାଇଥିଲେ କରୀନା କପୁର ଖାନ, କିୟାରା ଆଡଭାନୀ ଓ ଦିଲଜିତ ଦୋସାଞ୍ଝ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.