ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ । ରିଲିଜର ପ୍ରଥମ ଦିନରେ ଫିଲ୍ମର ଜବରଦସ୍ତ କଲେକ୍ସନ ଦେଖି ଲାଗୁଛି ଯେ ଅକ୍ଷୟଙ୍କ ହିଟ୍ ତାଲିକାରେ ଆଉ ହିଟ୍ ଫିଲ୍ମ ଯୋଡି ହେବାକୁ ଯାଉଛି । ଏହାସହ ତାଙ୍କର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଫିଲ୍ମକୁ ଆସନ୍ତା ବର୍ଷ ମାର୍ଚ୍ଚ 27ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏହି ଫିଲ୍ମରେ ଦମଦାର ଆକ୍ସନ ସହ ଅକ୍ଷୟ ଓ କ୍ୟାଟ୍ରିନା କୈଫଙ୍କ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ । ଇତିମଧ୍ୟରେ ଫିଲ୍ମର ପ୍ରଥମ ଟିଜର ଭିଡିଓ ରିଲିଜ କରିଦିଆଯାଇଛି । ଯେଉଁଥିରେ ‘ସୂର୍ଯ୍ୟବଂଶୀ’ ଅକ୍ଷୟଙ୍କ ସହ ‘ସିମ୍ବା’ ରଣବୀର ସିଂ ଓ ‘ସିଂଘମ’ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="">
ଫିଲ୍ମ ‘ସିମ୍ବା’ର ଗୋଟିଏ ବର୍ଷ ପୂରଣ ଅବସରରେ ଏହି ଭିଡିଓକୁ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଦ୍ବାରା ଶୁକ୍ରବାର ୟୁଟ୍ୟୁବରେ ଅପଲୋଡ କରାଯାଇଥିଲା । ଯାହାକୁ ଏଯାବତ 7 ଲକ୍ଷରୁ ଅଧିକଥର ଦେଖାଯାଇଛି । ‘ସୂର୍ଯ୍ୟବଂଶୀ’ର ଏହି 55 ସେକେଣ୍ଡ ଟିଜର ଭିଡିଓରେ ଅକ୍ଷୟ, ଅଜୟ ଓ ରଣବୀର ଭିଲେନଙ୍କ ସହ ଫାଇଟ କରୁଥିବାର ନଜର ଆସୁଛନ୍ତି । ଏହି ତିନି ଷ୍ଟାର ପୋଲିସ ପୋଷାକରେ ଦମଦାର ଦେଖାଯାଉଛନ୍ତି ।
ଏହି ଭିଡିଓ ପୂର୍ବରୁ ଅକ୍ଟୋବର ମାସରେ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ଜାରି କରାଯାଇଥିଲା । ଫିଲ୍ମର ଫାଷ୍ଟଲୁକ ପୋଷ୍ଟରରେ ମଧ୍ୟ ଅକ୍ଷୟ , ଅଜୟ ଓ ରଣବୀର ଏକାଠି ନଜର ଆସିଥିଲେ । କ୍ୟାଟ୍ରିନା ଓ ଅକ୍ଷୟଙ୍କ ସହ ‘ସୂର୍ଯ୍ୟବଂଶୀ’ରେ ଗୁଲଶନ ଗ୍ରୋଭର ଓ ସିକନ୍ଦର ଖେର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଆକ୍ସନ ଫିଲ୍ମର ନିର୍ମାତା କରଣ ଜୋହର ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ରୋହିତ ସେଟ୍ଟୀ ।