ମୁମ୍ବାଇ: ଖୁବଶୀଘ୍ର ଅକ୍ଷୟ କୁମାର ଦର୍ଶକଙ୍କୁ ଗୁଡନ୍ୟୁଜ ଦେବାକୁ ଯାଉଛନ୍ତି । ଦୀର୍ଘସମୟରୁ ଚର୍ଚ୍ଚାରେ ଥିବା ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ଫିଲ୍ମ ‘ଗୁଡନ୍ୟୁଜ’ର ଫାଷ୍ଟ ଲୁକ ପୋଷ୍ଟର ଜାରି ହୋଇଯାଇଛି । ଗୁରୁବାର ସକାଳୁ ଅକ୍ଷୟ ଫିଲ୍ମର ତିନୋଟି ବ୍ୟାକ-ଟୁ-ବ୍ୟାକ ପୋଷ୍ଟର୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ । ଡିସେମ୍ବର 27ରେ ଫିଲ୍ମ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବ ଫିଲ୍ମର ଟ୍ରେଲର ।
ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଖୁବ ମଜାଦାର ହୋଇଛି । ଯାହା ଦର୍ଶକଙ୍କୁ ଖୁବ୍ ହସାଇଛି । ପ୍ରଥମ ପୋଷ୍ଟରରେ ଦୁଇ ବେବି ବମ୍ପ ମଧ୍ୟରେ ଅକ୍ଷୟ ଫସିଥିବାର ନଜର ଆସୁଥିବା ବେଳେ ଦ୍ବିତୀୟ ପୋଷ୍ଟରରେ ତାଙ୍କ ସହ ଦିଲଜିତ ଦୋସାଞ୍ଝ ନଜର ଆସୁଛନ୍ତି । ସେହିପରି ତୃତୀୟ ପୋଷ୍ଟରେ ଫିଲ୍ମର ଦୁଇ ମୁଖ୍ୟ ଅଭିନେତ୍ରୀ କରୀନା କପୁର ଖାନ ଓ କିୟାରା ଆଡଭାନୀ ଦେଖାଯାଉଛନ୍ତି ।
ଟ୍ବିଟରରେ ପୋଷ୍ଟର ସେୟାର କରି କ୍ୟାପସନରେ ଅକ୍ଷୟ ଲେଖିଛନ୍ତି, ‘ଖ୍ରୀଷ୍ଟମାସରେ ଏଥର ଗୁଡନ୍ୟୁଜ ବାଣ୍ଟିବା ।’ ଗୁଡନ୍ୟୁଜ ଫିଲ୍ମରେ ଅକ୍ଷୟ ଓ କରୀନା ଏମିତି ବିବାହିତ କପଲ ରୂପେ ନଜର ଆସିବେ । ଯେଉଁମାନେ ସନ୍ତାନ ପାଇଁ ଚେଷ୍ଟା ଚଳାଇଥିବେ । ଫିଲ୍ମର ନିର୍ମାଣ କରନଙ୍କ ଧର୍ମା ପ୍ରଡକ୍ସନରେ କରାଯାଇଛି । ସେହିପରି ଫିଲ୍ମର ନିର୍ଦ୍ଦେଶନା ରାଜ ମେହତା କରିଛନ୍ତି । ଯିଏ ଏହା ଜରିଆରେ ବଲିଉଡରେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।