ମୁମ୍ବାଇ: ଗତବର୍ଷ ଡିସେମ୍ବର 27ରେ ରିଲିଜ ହୋଇଥିବା ଖିଲାଡି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ର ଶାନଦାର ପ୍ରଦର୍ଶନ ଏଯାବତ ବକ୍ସ ଅଫିସରେ ଦେଖିବାକୁ ମିଳୁଛି । ଚତୁର୍ଥ ସପ୍ତାହରେ ମଧ୍ୟ ଫିଲ୍ମର କଲେକ୍ସନରେ କୌଣସି ପ୍ରଭାବ ପଡିନାହିଁ । ଫିଲ୍ମକୁ ରିଲିଜକୁ 24 ଦିନ ପୂରଣ ହୋଇଛି । ଇତିମଧ୍ୟରେ ମେକର୍ସଙ୍କୁ ମିଳିଛି ଗୁଡନ୍ୟୁଜ । କାରଣ 200 କୋଟି ଟଙ୍କାରେ କ୍ଲବରେ ସାମିଲ ହୋଇଛି ଫିଲ୍ମ ।
ରବିବାର ଫିଲ୍ମ 201.14 କୋଟି ଟଙ୍କରେ ଏଣ୍ଟ୍ରି କରିଥିଲେ । ଏହାର ସୂଚନା ଫ୍ୟାନ୍ସଙ୍କୁ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଟ୍ବିଟରେ ଦେଇଛନ୍ତି । ପ୍ରକାଶ ଥାଉକି ଏହି ମଲ୍ଟି ଷ୍ଟାରର ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ କରୀନା କପୁର ଖାନ, କିୟାରା ଆଡଭାନୀ ଓ ଦିଲଜିତ ଦୋସାଞ୍ଝ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ଫିଲ୍ମର କମେଡି, ଇମୋଶନ ଥିମ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏଯାବତ ଫିଲ୍ମକୁ ପସନ୍ଦ କରିବାରେ ଲାଗିଛନ୍ତି ଦର୍ଶକ । ବର୍ତ୍ତମାନ ଗୁଡନ୍ୟୁଜର ଟକ୍କର ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ ସହ ହେଉଛି । ‘ତାନାଜୀ’ ମଧ୍ୟ 200 କୋଟି କ୍ଲବ ମୁହାଁ ।