ମୁମ୍ବାଇ: ପରଦାରେ ଦର୍ଶକ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଖିଲାଡି ଅକ୍ଷୟ କୁମାର ଓ ସାଉଥ ସୁପରଷ୍ଟାର ଧନୁଷଙ୍କ ସହ ରୋମାନ୍ସ ଦେଖିବେ । ଖୁବଶୀଘ୍ର ଏହି କଳାକାର ‘ଅତରଙ୍ଗୀ ରେ’ ଫିଲ୍ମ ନେଇ ପରଦାକୁ ଫେରିବେ। ନିକଟରେ ଏହି ଫିଲ୍ମର ଘୋଷଣା ହୋଇଥିଲା । ବନାରସରେ ଆଜି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ। ଫିଲ୍ମ ନିର୍ମାତା ଭୂଷଣ କୁମାର ସୋସିଆଲ ମିଡିଆରେ ସୁଟିଂ ଆରମ୍ଭ ହେବାର ସୂଚନା ଦେଇଛନ୍ତି।
ଫିଲ୍ମ ମହୁରତର ଗୋଟିଏ ଫଟୋ ଟ୍ବିଟରେ ସେୟାର କରିଛନ୍ତି ଭୂଷଣ । ଆଉ କ୍ୟାପସନରେ ଲେଖିଛନ୍ତି, ‘ଅନରଙ୍ଗୀ ରେ ଫିଲ୍ମରେ ମୋ ସହ ନିର୍ମାତା ଆନନ୍ଦ ଏଲ ରାୟଙ୍କ ମିଶି କାମ କରୁଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ ସାରା ଓ ଧନୁଷ ନଜର ଆସିବେ। ଫିଲ୍ମର ସୁଟିଂ ଆଜିଠୁ ଆରମ୍ଭ ହୋଇଛି। ଫିଲ୍ମରେ ଏ. ଆର ରେହମାନ ସଙ୍ଗୀତ ତଡକା ଲଗାଇବେ। ସେହିପରି ଫିଲ୍ମର କାହାଣୀ ଲେଖିଛନ୍ତି, ହିମାଂଶୁ ଶର୍ମା । ଆସନ୍ତା ବର୍ଷ ଭାଲେଣ୍ଟାଇନ ଡେ ଅବସରରେ ରିଲିଜ ହେବ ଫିଲ୍ମ । ପୁରା ଟିମକୁ ମୋ ତରଫରୁ ଶୁଭକାମନା।’
ପ୍ରକାଶ ଥାଉକି ଧନୁଷଙ୍କ ଏହା ଦ୍ବିତୀୟ ବଲିଉଡ ଫିଲ୍ମ। ସେ ପୂର୍ବରୁ ବି-ଟାଉନର ଦିଭା ସୋନମ କପୁରଙ୍କ ସହ ରୋମାଣ୍ଟିକ ଫିଲ୍ମ ‘ରାଞ୍ଝଣା’ରେ ଅଭିନୟ କରିଥିଲେ । ପୁଣି ବନାରସ ଗଳିରେ ନଜର ଆସିବେ ସେ ।