ମୁମ୍ବାଇ: ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରୁଛି । ଆଉ ଏବେ ଅକ୍ଷୟ ପରିବାର ସହ ସମୟ ବିତାଉଥିବାର ନଜର ଆସୁଛନ୍ତି । କିଛି ଦିନ ପୂର୍ବେ ସେ ପତ୍ନୀ ତଥା ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନାଙ୍କ ଜେଜେମା' ବେଟ୍ଟି କାପଡିୟାଙ୍କ 80ତମ ଜନ୍ମଦିନ ପାଳନ କରୁଥିବାର ନଜର ଆସିଥିଲେ । ଆଉ ଗୁରୁବାର ସେ ନିଜ ଲାଡଲୀ ନିତାରାଙ୍କ ସହ ସକାଳ ସମୟ ବିତାଇବାକୁ ଯୋଜନା କରି ଏକ ମହତ୍ବ କଥାର ଶିକ୍ଷା ଦେଇଛନ୍ତି । ଯାହାର ଗୋଟିଏ ଫଟୋ ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଫଟୋଟି ଖୁବ ଭାଇରାଲ ହେବା ସହ ଫ୍ୟାନ୍ସଙ୍କ ମନ କିଣିଛି ।
ଭାଇରାଲ ହେଉଥିବା ଫଟୋଟିକୁ ଅକ୍ଷୟ ନିଜ ସୋସିଆଲ ମିଡିଆରେ ଅକ୍ଟୋବର 31ରେ ସେୟାର କରି ପୁରା କାହାଣୀ ଫ୍ୟାନ୍ସଙ୍କୁ କହିଛନ୍ତି । ଫଟୋରେ ଅକ୍ଷୟ ଲାଡଲୀ ନିତାରାଙ୍କ ହାତ ଧରି ଗୋଟିଏ ଚାଳ ଘର ଭିତରକୁ ଯାଉଥିବାର ଦେଖାଯାଉଛନ୍ତି । ଆଉ ଏକ ଫଟୋରେ ସେହି ଚାଳ ଘରେ ରହୁଥିବା ବୃଦ୍ଧ ଦମ୍ପତିଙ୍କ ସହ ନଜର ଆସୁଛନ୍ତି । କ୍ୟାପସନରେ ଅକ୍ଷୟ ଏମିତି କିଛି ଲେଖିଛନ୍ତି, ଯାହା ପଢି ପ୍ରଶଂସକ ଭାବବିହ୍ବଳ ହୋଇଯାଇଛନ୍ତି ।
‘ଆଜିର ମର୍ଣ୍ଣିଂ ୱାକ ମୋ ଝିଅ ପାଇଁ ଏକ ଶିକ୍ଷା ପରିକା । ଆମ ଦୁଇଜଣ ଗୋଟିଏ ଗରିବ ପରିବାର ପାଖକୁ ପାଣି ପିଇବାକୁ ଯାଉଥିଲୁ । କିନ୍ତୁ ସେ ଆମକୁ ବହୁତ ସ୍ବାଦିଷ୍ଟ ଗୁଡ ଆଉ ରୁଟି ଖାଇବାକୁ ଦେଇ ଖୁସି କରିଦେଇଥିଲେ । ବାସ୍ତବରେ, ଦୟାଳୁ ହେବାର କାରଣ କିଛି ମଧ୍ୟ ନାହିଁ । ଏହାର ମାନେ ହେଲା ସବୁ କିଛି ଅଛି ।’ ବୋଲି ଲେଖିଥିଲେ ଅକ୍ଷୟ ।