ମୁମ୍ବାଇ: ଅତିରିକ୍ତ ରାଜସ୍ବ ସମ୍ପୃକ୍ତ କରିବା ପ୍ରୟାସରେ ରେଲୱେ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏବେ ଟ୍ରେନକୁ ବିଜ୍ଞାପନ ଗତିବିଧି ପାଇଁ ବୁକ କରାଯିବାର ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ରେଲୱେ ତରଫରୁ କୁହାଯାଇଥିଲା ଯେ ‘ପ୍ରମୋଶନ ଅନ ହ୍ବିୀଲ୍ସ’ ଜରିଆରେ ବିଜ୍ଞାପନ ଗତିବିଧି, କଳା, ସଂସ୍କୃତି, ଫିଲ୍ମ, ଟେଲିଭିଜନ କାର୍ଯ୍ୟକ୍ରମ ଏବଂ ଖେଳ ଆଦି ପ୍ରଚାର ପାଇଁ ବିଶେଷ ଟ୍ରେନ ଉପଲବ୍ଧ ହେବ ।
ଏହି ଖବର ଶୁଣିବା ମାତ୍ରେ ଆଉ ଚୁପ ବସିନଥିଲେ ଖିଲାଡି ଅକ୍ଷୟ କୁମାର । ସେ ନିଜ ଅଭିନୀତ ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ ପାଇଁ ଗୋଟିଏ ଟ୍ରେନ ବୁକ କରିନେଇଛନ୍ତି । ଆଇଆରସିଟିସି ଏବଂ ପଶ୍ଚିମ ରେଲୱେ ଦ୍ବାରା ସଂଞ୍ଚାଳିତ ପ୍ରଥମ ବିଶେଷ ପ୍ରମୋଶନ ଅନ ହ୍ବିୀଲ୍ସ ଟ୍ରେନରେ ଷ୍ଟାର-କାଷ୍ଟଙ୍କ ସହ ମିଡିଆ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆଜି(ବୁଧବାର)ମୁମ୍ବାଇ ସେଣ୍ଟ୍ରାଲରୁ ଯାତ୍ରା ଆରମ୍ଭ କରି ଗୁରୁବାର ଦିଲ୍ଲୀରେ ପହଞ୍ଚିବ । ଏହି ଟ୍ରେରେ 8ଟି ବଗି ରହିଛି । ସବୁଠାରୁ ମୁଖ୍ୟକଥା ହେଲା କି ପ୍ରମୋଶନ ଅନ ହ୍ବିୀଲ୍ସର ପ୍ରଥମ ଫିଲ୍ମ ‘ହାଉସଫୁଲ 4’ ସାଜିଛି ।
ପ୍ରକାଶ ଥାଉକି ‘ହାଉସଫୁଲ 4’ରେ ପ୍ରମୋଶନରେ ଜୋରୋସୋରରେ ବ୍ୟସ୍ତ ଷ୍ଟାରକାଷ୍ଟ । କମେଡିର ଓଭରଡୋଜ ଅକ୍ଷୟଙ୍କ ସହ ପରଦାରେ ନଜର ଆସିବେ ବବି ଦେଓଲ, କ୍ରିତି ସାନନ, କ୍ରିତି ଖାରବନ୍ଦା, ପୂଜା ହେଗଡେ ।