ETV Bharat / sitara

ଯେଉଁଠୁ ଚୌକିଦାର ତଡିଥିଲେ ଆଜି ସେଠାରେ ଖିଲାଡିଙ୍କ ଘର !

ସାମ୍ନାକୁ ଆସିଲା ଅକ୍ଷୟଙ୍କ 32 ବର୍ଷ ପୁରୁଣା କାହାଣୀ । ଯେଉଁଥିରେ ସେ ନିଜ ଘର ବିଷୟରେ ମଜାଦାର କଥା ଶୁଣାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 22, 2020, 2:29 PM IST

ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ସୁପରଷ୍ଟାର ଅକ୍ଷୟ କୁମାର । ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଶ୍ଚର୍ଯ୍ୟ ସମସ୍ତେ । ସେ ପୋଷ୍ଟରେ ନିଜ ଘରର ଏକ ଶାନଦାର କାହାଣୀ ଶୁଣାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ନିକଟରେ ତାଙ୍କ ଘରର କାହାଣୀ ଏକ ରିୟଲ ଇଷ୍ଟେଟ ୱେବସାଇଟରେ ପୋଷ୍ଟ କରାଯାଇଥିଲା । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ପୁରୁଣା କାହାଣୀ...

ମଜାଦାର କଥା ହେଲା ଯେ 32 ବର୍ଷ ପୂର୍ବେ ଯେଉଁ ଘର ପାଖରେ ସେ ଫଟୋସୁଟ କରିଥିଲେ ସେହି ଘର ବର୍ତ୍ତମାନ ତାଙ୍କର । ସେ ପୋଷ୍ଟରେ ଜଣାଇଛନ୍ତି କିପରି 32 ବର୍ଷ ପୂର୍ବେ ତାଙ୍କୁ ଏହି ସ୍ଥାନରୁ ୱାଚମ୍ୟାନ ହଟାଇ ଥିଲେ । ହେଲେ ଆଜି ସେ ସେହି ସ୍ଥାନର ମାଲିକ ସାଜିଛନ୍ତି ।

ପ୍ରକାଶ ଥାଉକି ବଲିଉଡରେ ନିଜ କ୍ୟାରିୟର ଆରମ୍ଭ ସମୟରେ ଅକ୍ଷୟ ଜଣେ ଫେମସ ଫଟୋଗ୍ରାଫରଙ୍କ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ । ସେ କିଛି ମାସ ପର୍ଯ୍ୟନ୍ତ ଫଟୋଗ୍ରାଫରଙ୍କଠୁ ନିଜ ଦରମା ମଧ୍ୟ ନେଇନଥିଲେ । କାରଣ ସେ ତାଙ୍କଠୁ ନିଜର ଫଟୋସୁଟ କରିବାକୁ ଚାହୁଁଥିଲେ । ଆଉ 4-5 ମାସ ପରେ ତାଙ୍କୁ ସାହସ କରି ନିଜର ଫଟୋସୁଟ କରିବାକୁ କହିଥିଲେ । ପରେ ଫଟୋଗ୍ରାଫରଙ୍କ ସହ ଜୁହୁ ସମୁଦ୍ର କୂଳ ପାଖକୁ ଯାଇଥିଲେ ଫଟୋସୁଟ କରିବାକୁ । ସେହିଠାରେ ସେ ଏକ ଜର୍ଜର ବଙ୍ଗଳା ଦେଖିଥିଲେ ।

  • " class="align-text-top noRightClick twitterSection" data="">

ସଙ୍ଗେ ସଙ୍ଗେ ସେ ବଙ୍ଗଳା ପାଖରେ ସେମାନେ ଫଟୋ କ୍ଲିକ କରିବା ଆରମ୍ଭ କରିଥିଲେ । ହେଲେ ବଙ୍ଗଳାର ଚୌକିଦାର ତାଙ୍କ ପାଖକୁ ଆସି ସେଠାରୁ ଯିବା ପାଇଁ କହିଥିଲେ । ସବୁଠାରୁ ମୁଖ୍ୟ କଥା ହେଲା ଯେ ସେହି ସ୍ଥାନରେ ହିଁ ସେ ଆଜି ତାଙ୍କ ଘର କରିଛନ୍ତି ବୋଲି ଭାଇରାଲ ହେଉଥିବା ଭିଡିଓରେ କହୁଥିବାର ନଜର ଆସୁଛନ୍ତି ଅକ୍ଷୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.