ମୁମ୍ବାଇ: ବଲିଉଡର ଖିଲାଡୀ ଅକ୍ଷୟ କୁମାର ତାଙ୍କ ଫିଲ୍ମ 'ଗୁଡ୍ ନ୍ୟୁଜ୍'ର ସେଟରୁ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଅକ୍ଷୟଙ୍କ ଫିଲ୍ମ 'ଗୁଡ୍ ନ୍ୟୁଜ୍' ଆଜି ଗୋଟିଏ ବର୍ଷ ପୂରଣ କରିଛି ।
ଏହି ଅବସରରେ ଅକ୍ଷୟ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତା ବର ସହିତ ଘୋଡା ଉପରେ ଚଢି ନାଗିନ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି କ୍ଲିପ୍ରେ ଅଭିନେତା ତାଙ୍କ ପାର୍ଟିରେ ଏକ ନୋଟ୍ ମଧ୍ୟ ଧରିଛନ୍ତି ।
ସେୟାର୍ ଭିଡିଓର କ୍ୟାପସନ୍ ରେ ଅକ୍ଷୟ ଲେଖିଛନ୍ତି, 'ଯଦି ମୁଁ ଏହି ବର୍ଷ କିପରି କଟିଛି ବର୍ଣ୍ଣନା କରିବି, ତାହେଲେ ପୁରା ଏହିପରି ହେବ । କିଛି ଉତ୍ଥାନ-ପତନ ସହିତ , କିନ୍ତୁ ଶେଷରେ ଆମେ ନିଜକୁ ସମ୍ଭାଳିବାରେ ସଫଳ ହେଲୁ । ମୁଁ ଆଶା କରୁଛି ଆଗାମୀ ବର୍ଷ ଆପଣମାନଙ୍କୁ ବହୁତ ସାରା ଗୁଡ୍ ନ୍ୟୁଜ୍ ମିଳିବ । ଆଜି 'ଗୁଡ୍ ନ୍ୟୁଜ୍' ଗୋଟିଏ ବର୍ଷ ପୂରଣ କରିଛି ।
ପ୍ରକାଶ ଥାଉ ଯେ, ଫିଲ୍ମ 'ଗୁଡ୍ ନ୍ୟୁଜ୍'ରେ ଅକ୍ଷୟ କରୀନା କପୁର ଖାନ, କିଆରା ଆଡଭାନୀ ଏବଂ ଦିଲଜିତଙ୍କ ଅଭିନୟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ