ETV Bharat / sitara

'ବେଲ ବଟମ' ର ସୁଟିଂ ଶେଷ କରି ବ୍ରିଟେନରୁ ଫେରିଲେ ଅକ୍ଷୟ - akshay heads home after wrapping bell bottom

ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବେଲ ବଟମ୍'ର ସୁଟିଂ ଶେଷ କରିଛନ୍ତି । ଏହା ପରେ ସେ ପୁରା ଟିମ ସହିତ ବ୍ରିଟେନରୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଏହି ସୂଚନାକୁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

akshay kumar heads home after wrapping bell bottom shoot in uk
'ବେଲ ବଟମ' ର ସୁଟିଂ ଶେଷ କରି ବ୍ରିଟେନରୁ ଫେରିଲେ ଅକ୍ଷୟ
author img

By

Published : Oct 3, 2020, 4:51 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ 'ବେଲ ବଟମ'ର ସୁଟିଂ ଶେଷ ହୋଇଛି ଏବଂ ସେ ପୁରା ଟିମ ସହ ବ୍ରିଟେନରୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି । କରୋନା ଭାଇରସ୍ ମହାମାରୀ ସମୟରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହାର ସୁଟିଂ ଶେଷ ହୋଇଛି ।

ଅକ୍ଷୟଙ୍କ ସହ ଲାରା ଦତ୍ତା, ହୁମା କୁରେଶି ଏବଂ ଆଦିଲ ହୁସେନ୍ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି ।

ଅକ୍ଷୟ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

'ବେଲ ବଟମ'ର ସୁଟିଂ ପାଇଁ ଅକ୍ଷୟ ପତ୍ନୀ ଟ୍ବିଙ୍କଲ ଖାନ୍ନା, ଝିଅ ନିତାରା ଏବଂ ପୁଅ ଆରବଙ୍କ ସହ ଲଣ୍ଡନ ଯାଇଥିଲେ ।

ଏହି ଚଳଚ୍ଚିତ୍ରଟି ବାସୁ ଭଗ୍ନାନୀଙ୍କ ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଛି ।

'ବେଲ ବଟମ' ରେ ଲାରା ଦତ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ବାଣୀ କପୁର ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଣଜିତ୍ ତିୱାରୀ ।

ଏହି ଫିଲ୍ମ ଏପ୍ରିଲ୍ 2021ରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.