ETV Bharat / sitara

200 କୋଟି କ୍ଲବରେ ଖିଲାଡୀଙ୍କ ‘ହାଉସଫୁଲ 4’

author img

By

Published : Nov 16, 2019, 3:43 PM IST

ଅକ୍ଷୟଙ୍କ ଆଉ ଏକ ଫିଲ୍ମ 200 କୋଟି କ୍ଲବରେ । ପୁଣି ବଲିଉଡକୁ ତାଙ୍କର ଆଉ ଏକ ହିଟ୍ ଫିଲ୍ମ ଭେଟି । ମଲ୍ଟିଷ୍ଟାରର କମେଡି ଫିଲ୍ମ ‘ହାଉସଫୁଲ 4’ ଜବରଦସ୍ତ ଆୟ କରିବାରେ ଲାଗିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ହାଉସଫୁଲ 4 ରିଲିଜକୁ ଦୁଇ ସପ୍ତାହ ପୂରି ସାରିଲାଣି । ଏବେ ମଧ୍ୟ ଏହି ମଲ୍ଟିଷ୍ଟାରର ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଲାଗିଛି । ଦର୍ଶକଙ୍କୁ ହସାଇ ହସାଇ ବେହାଲ କରିଥିବା ‘ହାଉସଫୁଲ 4’ ବର୍ତ୍ତମାନ 200 କୋଟି କ୍ଲବରେ ସାମିଲ ହୋଇଛି । ଯାହାକୁ ନେଇ ଉତ୍ସାହିତ ଷ୍ଟାର-କାଷ୍ଟ ।

ଅକ୍ଷୟ, ରିତେଶ ଦେଶମୁଖ, ବବି ଦେଓଲ, କ୍ରିତି ସାନନ, କ୍ରିତି ଖରବନ୍ଦା ଓ ପୂଜା ହେଗଡେଙ୍କ ଏହି ଫିଲ୍ମ ଦୀପାବଳି ଅବସରରେ ତଥା ଅକ୍ଟୋବର 25ରେ ରିଲିଜ ହୋଇଥିଲା । ଫିଲ୍ମଟି ପ୍ରଥମ ସପ୍ତାହରେ 141 କୋଟି ଆୟ କରି ହିଟ୍ ସାବ୍ୟସ୍ତ ହୋଇଥିଲା । କିନ୍ତୁ ଫିଲ୍ମର କାହାଣୀକୁ ପ୍ରଥମେ ଭଲ ପ୍ରତିକ୍ରିୟା ମିଳିନଥିଲା । ତଥାପି ଫିଲ୍ମଟି 200 କୋଟି ଆୟ କରିବାରେ ସଫଳ ହୋଇଛି ।

ପ୍ରକାଶ ଥାଉକି ‘ହାଉସଫୁଲ 4’ରେ ଦୁଇଟି ଶତାବ୍ଦୀର କାହାଣୀ ଦେଖିବାକୁ ମିଳୁଛି । ଗୋଟିଏ ଜନ୍ମରେ ଫିଲ୍ମର କଳାକାର ରାଜା ମହାରାଜ ହୋଇଥିବା ବେଳେ ଆଉ ଏକ ଜନ୍ମରେ ସାଧାରଣ ମଣିଷ ଭୂମିକାରେ ନଜର ଆସୁଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.