ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର କୋରୋନା ଭାଇରସ ବିରୋଧ ଲଢେଇ ପାଇଁ ପୁରା ସହଯୋଗ କରୁଛନ୍ତି। ନିକଟରେ ସେ 28 କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ଆସିଥିଲା । ସେ ପ୍ରଥମ ଏମିତି କଳାକାର ଯିଏ ମୋଟା ଅଙ୍କ ଦାନ କରି ଦେଶବାସୀଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି । ସେ ଭିନ୍ନ-ଭିନ୍ନ ରୂପେ ଜନସାଧାରଣ ଓ ଅନେକ ସଂସ୍ଥାକୁ ସହଯୋଗର ହାତ ବଢାଇବାରେ ଲାଗିଛନ୍ତି। ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି।
ଆଜ୍ଞା ହଁ, ଅକ୍ଷୟ ଏବେ ମୁମ୍ବାଇ ପୋଲିସକୁ 2 କୋଟି ଟଙ୍କା ଦାନ ରୂପେ ଦେଇଛନ୍ତି। ତାଙ୍କର ଏହି ମହାନ କାର୍ଯ୍ୟର ପ୍ରଶଂସା ସବୁ ମହଲାରେ ଦେଖିବାକୁ ମିଳୁଛି।
ପ୍ରକାଶ ଥାଉକି କୋରୋନା ଭାଇରସର ଏହି ଆତଙ୍କରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସେଲିବ୍ରିଟି ଯାହା ସମ୍ଭବ ତାହା କରୁଛନ୍ତି। ଆର୍ଥିକ ସାହାଯ୍ୟ କରି ଷ୍ଟାର୍ସ ଲୋକଙ୍କ ଆବଶ୍ୟକ ପୂରଣ କରୁଛନ୍ତି । ସୁପରଷ୍ଟାର ସଲମାନ ଖାନ ମଧ୍ୟ କିଛି ଦିନ ପୂର୍ବର 25 ହଜାର ଲୋକଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ।