ETV Bharat / sitara

ଓଡ଼ିଶାକୁ ଏକ କୋଟି ଦେଲେ ଖିଲାଡି - chief minister

'ଫନି' ପାଇଁ ସାରା ରାଜ୍ୟ ବେହାଲ ହୋଇଯାଇଛି । ଓଡିଶାକୁ ଅଣ୍ଟା ସଳଖି ଛିଡା କରାଇବାକୁ କିଛି ରାଜ୍ୟ ସହ ସେଲିବ୍ରିଟି ମାନେ ବି ସହାୟତାର ହାତ ବଢାଇଛନ୍ତି । ଏହି ପରିପ୍ରେକ୍ଷୀରେ ବଲିଉଡ ଇଣ୍ଡଷ୍ଟ୍ରିରୁ ପ୍ରଥମ ଷ୍ଟାର ଭାବେ ଖିଲାଡୀ କୁମାର ଓଡିଶା ପାଇଁ ଏକ କୋଟିର ସହାୟତା ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : May 6, 2019, 11:03 PM IST

ମୁମ୍ବାଇ: ଗତ ଶୁକ୍ରବାର ପ୍ରଳୟଙ୍କାରୀ ବାତ୍ୟା ଫନି ଓଡ଼ିଶାର ନକ୍ସା ବଦଳାଇ ଦେଇଛି । ଏହି ବାତ୍ୟା ରାଜ୍ୟବାସୀଙ୍କ ଆଖିରେ ଆଣିଦେଇଛି ଲୁହ । ଏବେ ଏହି ପରିସ୍ଥିତିର ମୁକାବୁଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗିପଡିଛନ୍ତି । ଖାଲି ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ସହ ଅନେକ ଲୋକେ ମଧ୍ୟ ସହଯୋଗର ହାତ ବଢାଇବା ଆରମ୍ଭ କରିଦେଇଛନ୍ତି । ଯିଏ ଯେପରି ପାରୁଛି ସାହାଯ୍ୟ କରିବାରେ ଲାଗିପଡିଛନ୍ତି । ଏହି କ୍ରମରେ ବଲିଉଡ ଖିଲାଡୀ ଅକ୍ଷୟ କୁମାର ସର୍ବପ୍ରଥମେ ଅଛନ୍ତି । ସେ ମଧ୍ୟ ଓଡି଼ଶା ବାସୀଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ।

ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଅକ୍ଷୟ 1 କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି ପ୍ରଥମଥର ଅକ୍ଷୟ ଏପରି କରିନାହାଁନ୍ତି । ଏହାପୂର୍ବରୁ ମଧ୍ୟ ସେ କେରଳ ବନ୍ୟା, ଚେନ୍ନାଇ ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଥିଲେ । ଏହାସହ ସେ ଭାରତ ଆର୍ମ ଫୋର୍ସ ପାଇଁ 5 କୋଟି ଟଙ୍କା ଗୃହମନ୍ତ୍ରାଳୟ ଫଣ୍ଡକୁ ଦାନ କରିଥିଲେ । 2015ରେ ସେ ଚେନ୍ନାଇ ବନ୍ୟା ବିପନ୍ନଙ୍କ ପାଇଁ 1 କୋଟି ଟଙ୍କା ସହାୟତା କରିଥିଲେ ।

Intro:Body:

HNM H

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.