ମୁମ୍ବାଇ: ଖିଲାଡୀ ଅକ୍ଷୟ କୁମାର ଏହିସମୟରେ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଦୀର୍ଘ ସମୟ ପରେ ଏହି ଫିଲ୍ମରେ ଅକ୍ଷୟ ଓ କ୍ୟାଟ୍ରିନା କୈଫଙ୍କ କେମେଷ୍ଟ୍ରି ପୁଣି ଦେଖିବାକୁ ମିଳିବ । କିନ୍ତୁ ଫିଲ୍ମ ସୁଟିଂ ସମୟରେ ହିଁ ନିର୍ଦ୍ଦେଶକ ରୋହିତ ସମସ୍ୟାରେ ଆସିଯାଇଛନ୍ତି । ଅକ୍ଷୟଙ୍କ ଫ୍ୟାନ୍ସ ରୋହିତଙ୍କ ଉପରେ ରାଗି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି । କିନ୍ତୁ ଅନ୍ୟପଟେ ରୋହିତଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି ଅକ୍ଷୟ ।
ଫ୍ୟାନ୍ସଙ୍କ ରାଗିବାର କାରଣ ହେଲା କି ପ୍ରଥମେ ଫିଲ୍ମଟି ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କ ଆଗାମୀ ଫିଲ୍ମ 'ଇଂନଶାଆଲ୍ଲାହ' ସହ ଆସନ୍ତା ବର୍ଷ ଇଦରେ ରିଲିଜ ହେବାର ଥିଲା, କିନ୍ତୁ ରୋହିତ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିନେଇଛନ୍ତି । ଯାହାର ସୂଚନା ସଲମାନ, ରୋହିତଙ୍କ ସହ ଏକ ଫଟୋ ସେୟାର କରି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।
ଫିଲ୍ମଟି ଏବେ ଆସନ୍ତା ମାର୍ଚ୍ଚ 27ରେ ରିଲିଜ ହେବ । ରୋହିତଙ୍କ ଏପରି କାର୍ଯ୍ୟରେ ଖୁବ୍ ରାଗିଯାଇଛନ୍ତି ଅକ୍ଷୟଙ୍କ ଫ୍ୟାନ୍ସ । ଇତିମଧ୍ୟରେ ରୋହିତଙ୍କ ସମର୍ଥନରେ ଅକ୍ଷୟ ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ।
ସେ ଟ୍ବିଟରରେ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ପୂର୍ବ କିଛି ଦିନ ହେବ ଦେଖୁଛି ଯେ ମୋର କିଛି ନିକଟତର ଲୋକକୁ ନେଇ ନକାରତ୍ମକ କଥା ବିସ୍ତାର କରାଯାଉଛି । ମୁଁ ଆପଣଙ୍କ ସମସ୍ୟା ବୁଝିପାରୁଛି । ଏମିତିରେ ମୁଁ କେବେଳ ଆପଣଙ୍କୁ ହାତ ଯୋଡି ବିନତ କରିବାକୁ ଚାହୁଁଛି ଯେ ଏଭଳି ନେଗେଟିଭ ଟ୍ରେଣ୍ଡର ଭାଗୀଦାର ହୁଅନ୍ତୁ ନାହିଁ । ମୁଁ ସୂର୍ଯ୍ୟବଂଶୀ ବହୁତ ସକାରତ୍ମକତା ସହ ଆରମ୍ଭ କରିଛି । ଏହାକୁ ପୁରା ଭାବନା ସହ ସୁଟିଂ ଏବଂ ରିଲିଜ ହେବାକୁ ଦିଅ ।"