ମୁମ୍ବାଇ: ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ବାଣୀ କପୁର ଏବଂ ଲାରା ଦତ୍ତ ସେମାନଙ୍କ ଆଗାମୀ ଚଳଚ୍ଚିତ୍ର 'ବେଲ ବଟମ'ର ସୁଟିଂର ପ୍ରଥମ ସିଡ୍ୟୁଲ ଶେଷ କରିଛନ୍ତି ।
ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋରେ ଫିଲ୍ମର ଅନ୍ୟ ସଦସ୍ୟଙ୍କ ସହ ବାଣୀ କପୁର ଏବଂ ନିର୍ମାତା ଜ୍ୟାକି ଭଗ୍ନାନୀ ମଧ୍ୟ ନଜର ଆସିଛନ୍ତି ।
ଅକ୍ଷୟ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, 'ଗୋଟିଏ ଫ୍ରେମରେ ଏତେ ସାରା ଖୁସିର ଚେହେରା । ଏହା ଏକ ଭଲ ସିଡ୍ୟୁଲର ରେଜଲ୍ଟ । 'ଅଲବିଦା ଗ୍ଲାସଗୋ, ହାଲୋ ଲଣ୍ଡନ' ।
'ବେଲବଟମ୍'ର ଟିମ ଗ୍ଲାସଗୋରେ ପ୍ରାୟ 40 ଦିନ ଧରି ସୁଟିଂ ଚାଲିଥିଲା ।
'ବେଲବଟମ୍'ର ଟିମ ବର୍ତ୍ତମାନ ପରବର୍ତ୍ତୀ ସିଡ୍ୟୁଲ ପାଇଁ ଲଣ୍ଡନ ଯିବେ । 'ବେଲ୍ ବଟମ୍'ର ସୁଟିଂ ଲକଡାଉନ୍ ପରେ ପରେ ଆରମ୍ଭ ହୋଇଛି ।
ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ଲାରା ଦତ୍ତା ଏବଂ ହୁମା କୁରେଶି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
ରଣଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏପ୍ରିଲ 2, 2021 ରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ